ଭଞ୍ଜନଗର: ଭଞ୍ଜନଗର ସମ୍ମିଳିତ ବନ ପରିବାର ପକ୍ଷରୁ ହାର୍ଟ ନଗର ଠାରେ ଅନୁଷ୍ଠିତ ହେଉଥିବା ମାଁ ଶ୍ୟାମାକାଳୀଙ୍କ ମୃଣୟୀ ମୂର୍ତ୍ତି ଭସାଣୀ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଗତ ୪ ଦିନ ଧରି ପୂଜା ଅନୁଷ୍ଠିତ‌ ହୋଇଥିବା ବ‌େଳେ ୨ ଦିନଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାପରେ ବିରାଟ ପଟୁଆରରେ ଡିଜେ ବାଜାର ତାଳେ ତାଳେ ଭସାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପଟୁଆର ସହର ପରିକ୍ରମା କରିବା ପରେ ନିକଟସ୍ଥ ଜଳଭଣ୍ଡାରରେ ଦେବୀଙ୍କ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Advertisment

publive-image Sambad

ଦୀର୍ଘ ୭୭ ବର୍ଷ ଧରି ଶ୍ୟାମାକାଳୀଙ୍କ ଏହି ପୂଜା ପାଳିତ ହୋଇ ଆସୁଥିବା ବ‌େଳେ ଚଳିତବର୍ଷ ଉକ୍ତ ପୂଜାକୁ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଦିଲ୍ଲୀପ କୁମାର ରାଉତଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପୂଜା ଅନୁଷ୍ଠିତ ହୋଇଥିଲା।