କଟକରେ ୧୭ଦିନରେ ୧୦୮; ସୋମବାରଠାରୁ ରେ‌ଲୱେ ଷ୍ଟେସନ୍‌ରେ ରାପିଡ୍‌ ଟେଷ୍ଟିଂ

କଟକ: କଟକରେ ଗଲା ୧୭ଦିନରେ ଚିହ୍ନଟ ହେଲେଣି ୧୦୮ଜଣ କରୋନା ସଂକ୍ରମିତ। ସେଥିରୁ କଟକ ସିଏମ୍‌ସି ଅଞ୍ଚଳରୁ ୬୯ଜଣ ଓ ଗ୍ରାମାଞ୍ଚଳରୁ ୩୯ଜଣ। ସିଏମ୍‌ସିର କେବଳ ଘରୋଇ ସାଇନ୍ସ କଲେଜରୁ ୨୫ଜଣ ଚିହ୍ନଟ ହୋଇଥିବାବେଳେ ସିଡିଏ, ଜଗତ୍‌ପୁର ଓ ଅନ୍ୟାନ୍ୟ ଅଞ୍ଚଳରୁ ବାକି ସଂକ୍ରମିତମାନେ ଚିହ୍ନଟ ହୋଇଛନ୍ତି। ସେହିପରି ଗ୍ରାମାଞ୍ଚଳର ଟାଙ୍ଗୀ ଅଞ୍ଚଳରୁ ୫ଜଣ, ବଡ଼ମ୍ବା ବ୍ଲକ୍‌ରୁ ୬ଜଣ, ଆଠଗଡ଼ରୁ ୩ଜଣ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

ଅନ୍ୟପଟେ କଟକ ପ୍ରଶାସନ ପକ୍ଷରୁ ରେଲୱେ ଷ୍ଟେସନ୍‌ ଉପରେ ୨୪ଘଣ୍ଟିଆ ନଜର ରଖାଯାଇଛି। ଥର୍ମାଲ ସ୍କ୍ରିନିଂ ଜାରି ରହିଥିବାବେଳେ ସୋମବାରଠାରୁ ରାପିଡ୍‌ ଟେଷ୍ଟିଂ ଆରମ୍ଭ ହେବାର ଯୋଜନା କରାଯାଇଛି। ପ୍ରତିଦିନ ଅତିକମ୍‌ରେ ୩୦ ଜଣଙ୍କ ପରୀକ୍ଷା କରାଯିବ। ଯେଉଁମାନଙ୍କ ଲକ୍ଷଣ ଅଛି ସେମାନଙ୍କର ସ୍କ୍ରିନିଂ କରାଯିବା ସହ ସେମାନଙ୍କ ବ୍ୟକ୍ତିଗତ ସୂଚନା ମଧ୍ୟ ରେକର୍ଡ କରାଯିବ। ଅନ୍ୟପଟେ ଏସ୍‌ସିବି କୋଭିଡ୍‌ ହସ୍ପିଟାଲ ୧୧ଜଣ ଚିକିତ୍ସିତ ହେଉଥିବାବେଳେ ୧୦ଜଣ ଆଇସିୟୁରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର