ଗଭୀର ସମୁଦ୍ରରେ ଚାଲିଛି ସାମୁଦ୍ରିକ ଅଭୟାରଣ୍ୟର ପାଚେରି ନିର୍ମାଣ

ରାଜନଗର: ବଙ୍ଗୋପସାଗରର ଗଭୀର ନୀଳ ଜଳରାଶିରେ ପାଚେରି ନିର୍ମାଣ କରାଯାଉଛି। ଓଡ଼ିଶାର ପ୍ରଥମ ଓ ଏକମାତ୍ର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ସୀମା ନିର୍ଦ୍ଧାରଣ ପାଇଁ ଏହି ପାଚେରି ନିର୍ମାଣ କରାଯାଉଛି। ୧୪୦୮ ବର୍ଗ କିମି ସାମୁଦ୍ରିକ ଅଭୟାରଣ୍ୟର ଜଳଭାଗ ଅ˚ଚଳକୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ୧୪୦୮ ବର୍ଗ କିମି ଅଞ୍ଚଳକୁ ଚିହ୍ନଟ ପାଇଁ ୧୫ଟି ବର୍ଥ ବସିବାର ଯୋଜନା ହୋଇଥିବାବେଳେ ଆଜି ସୁଦ୍ଧା ୬ଟି ବର୍ଥ ବସିବା କାମ ଶେଷ ହୋଇଛି। ଜାହାଜରେ କ˚କ୍ରିଟ ଓ ବର୍ଥ ନିଆଯାଇ ଗଭୀର ସମୁଦ୍ରରେ ସୀମା ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ସମୁଦ୍ର ମଧୢରେ ସାମୁଦ୍ରିକ ଅଭୟାରଣ୍ୟର ଚିହ୍ନଟ ପ୍ରକ୍ରିୟା ଶେଷ ହେଲେ ଦୀର୍ଘ ପ୍ରତୀକ୍ଷାର ଅନ୍ତ ହେବ। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ମାନ୍ୟତା ପାଇବାର ୨୩ ବର୍ଷ ପରେ ସୀମା ଚିହ୍ନଟ କରାଯାଉଛି।

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସୀମା ଚିହ୍ନଟ ପାଇଁ ବଙ୍ଗୋପସାଗରର ଗଭୀର ଜଳରାଶିରେ ପାଚେରି ନିର୍ମାଣ କରାଯାଉଛି। ସମୁଦ୍ର ମଧୢରେ ଦିନ ଓ ରାତିରେ ସାମୁଦ୍ରିକ ଅଭୟାରଣ୍ୟର ସୀମା ଜାଣିବା ପାଇଁ ବର୍ଥ ବସାଯାଉଛି। କଳଙ୍କବିହୀନ ଷ୍ଟିଲ ଓ ପ୍ଲାଷ୍ଟିକ୍‌ରେ ତିଆରି ବିରାଟକାୟ ବର୍ଥଗୁଡିକ ସମୁଦ୍ର ମଧୢରେ ଭାସିବ। ସମୁଦ୍ର ଲୁଣି ପାଣିରେ ନଷ୍ଟ ହେଉ ନ ଥିବା ସମୁଦ୍ର ପାଣିର କରେଣ୍ଟ୍‌ ସମ୍ଭାଳି ପାରୁଥିବା ଓ ଘୁର୍ଣ୍ଣିବଳୟ ସୃଷ୍ଟି ହେଉଥିବା ଅଞ୍ଚଳ ମଧୢରେ ଦୀର୍ଘଦିନ ଧରି ରହିପାରିବା ଭଳି ବର୍ଥ ନିର୍ମାଣ କରାଯାଇଛି। ବିଭିନ୍ନ ବୈଷୟିକ ସ˚ସ୍ଥାର ସହଯୋଗ ଓ ପରାମର୍ଶରେ ବର୍ଥଗୁଡିକ ନିର୍ମାଣ କରାଯାଇଛି। ଅକ୍ଷା˚ଶ ଓ ଦ୍ରାଘିମା ଜିପିଏସରେ ଠାବ କରି ବର୍ଥଗୁଡିକ ସମୁଦ୍ର ମଧୢରେ ବସା ଯାଉଛି। ୧୫ଟି ପଏଣ୍ଟ୍‌ରେ ୧୫ଟି ବର୍ଥ ବସାଯିବ। ଜାହାଜରେ ଏହି ବର୍ଥଗୁଡିକୁ ସମୁଦ୍ର ମଧୢକୁ ନିଆଯାଇ ସ୍ଥାପନ କରାଯାଉଛି। ବର୍ଥଗୁଡିକରେ ଆଲୋକ ଲାଗିଛି। ରାତିରେ ଟ୍ରଲରଗୁଡିକ ଏହି ଆଲୋକ ଦେଖି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ସୀମା ଜାଣି ପାରିବେ। ଜାହାଜରେ ବିରାଟକାୟ କ˚କ୍ରିଟ ଖଣ୍ତ ତିଆରି କରାଯାଇ ଆକ୍ଷା˚ଶ, ଦ୍ରାଘିମା ଅନୁଯାୟୀ ଗଭୀର ସମୁଦ୍ରରେ ଥୁଆ ଯାଉଛି।

ସମୁଦ୍ରର ୭୦ ରୁ ୯୫ ଫୁଟ ପାଣି ତଳେ ଏହି କ˚କ୍ରିଟ ଖଣ୍ତ ବସା ଯାଉଛି। କ˚କ୍ରିଟ ଖଣ୍ତରୁ ଚେନ୍‌ ଉପରକୁ ଅଣାଯାଇ ବର୍ଥରେ ସଂଯୋଗ କରାଯାଉଛି। ବିରାଟକାୟ ବର୍ଥକୁ ଚେନ ମାଧୢମରେ କ˚କ୍ରିଟ ଖଣ୍ତ ଗଭୀର ସମୁଦ୍ରର ଅଥଳ ଜଳରାଶିରେ ଟାଣି ରଖୁଛି। ଯେଉଁଠାରେ କ˚କ୍ରିଟ ଖଣ୍ତ ସ୍ଥାପନ କରାଯାଇଛି, ସେହି ସ୍ଥାନରେ ବର୍ଥଗୁଡିକ ଭାସମାନ ଅବସ୍ଥାରେ ରହୁଛି। ବର୍ଥଗୁଡିକରେ ଉଜ୍ଜ୍ବଳ ଆଲୋକର ବ୍ୟବସ୍ଥା କରାଯାଇଛି। ଦୂରକୁ ଏହା ସାମୁଦ୍ରିକ ଅଭୟାରଣ୍ୟର ସୀମାକୁ ସୂଚାଇ ଦେଉଛି। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ମାଦଳି ମାଉଥ ନିକଟରୁ ବର୍ଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି। ଖୁବଶୀଘ୍ର ସାମୁଦ୍ରିକ ଅଭୟାରଣ୍ୟର ସୀମା ଚିହ୍ନଟ ପ୍ରକ୍ରିୟା ଶେଷ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
୧୯୭୫ ମସିହାରୁ ଗହୀରମଥା ଉପକୂଳରେ ୧୦କିମି ବାଲୁକା ଶଯ୍ୟାରେ ବିରଳ ଅଲିଭ୍‌ରିଡଲେ କଇଁଛଙ୍କ ସମୂହ ଅଣ୍ତାଦାନ ପ୍ରକ୍ରିୟା ଦୃଷ୍ଟି ଗୋଚର ହୋଇଥିଲା। ବିଶ୍ବରେ ଉପଲବ୍ଧ ସ˚ଖ୍ୟା ମଧୢରୁ ପ୍ରାୟ ୫୦ ପ୍ରତିଶତ ଅଲିଭରିଡଲେ ଗହୀରମଥାରେ ସମୂହ ଅଣ୍ତାଦାନରେ ସାମିଲ ହୋଇଥାନ୍ତି। ଏହି ବିରଳ କଇଁଛଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ୧୯୯୭ ସେପ୍ଟେମ୍ବର ୨୭ରେ ଗହୀରମଥାକୁ ସାମୁଦ୍ରିକ ଅଭୟାରଣ୍ୟ ଭାବେ ଘୋଷଣା କରିଥିଲେ।

୧୪୩୫ ବର୍ଗ କିମି ଅ˚ଚଳକୁ ସାମୁଦ୍ରିକ ଅଭୟାରଣ୍ୟ ଭାବେ ଘୋଷଣା କରାଯାଇଥିଲା। ସେଥିମଧୢରୁ ୧୪୦୮ ବର୍ଗ କିମି ସମୁଦ୍ର ହୋଇଥିବା ବେଳେ ୨୭ ବର୍ଗ କିମି ସ୍ଥଳଭାଗ ରହିଛି। ଏହା ଦେଶର ପ୍ରଥମ ସାମୁଦ୍ରିକ ଅଭୟାରଣ୍ୟ। ଭିତରକନିକା ସ˚ଲଗ୍ନ ବିସ୍ତୀର୍ଣ୍ଣ ବେଳାଭୂମିର ସମୁଦ୍ର ଭିତରକୁ ୨୦ କିମି ଅ˚ଚଳକୁ ସାମୁଦ୍ରିକ ଅଭୟାରଣ୍ୟ ଭାବେ ଘୋଷଣା କରାଯାଇଛି। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବର୍ଷ ତମାମ ଅର୍ଥାତ ବର୍ଷକ ୧୨ମାସ ମାଛଧରା ଏବ˚ ଟ୍ରଲର ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ଗହୀରମଥାକୁ ସାମୁଦ୍ରିକ ଅଭୟାରଣ୍ୟ ଘୋଷଣା ଓ କଟକଣା ଲାଗୁ କରାଯାଇଥିଲେ ମଧୢ ଆଜି ଯାଏ ସାମୁଦ୍ରିକ ଅଭୟାରଣ୍ୟର ସୀମା ଚିହ୍ନଟ ହୋଇନଥିଲା। ଟ୍ରଲର ସ˚ଘ ଓ ମତ୍ସ୍ୟଜୀବୀ ସ˚ଘ ପକ୍ଷରୁ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ସୀମା ଚିହ୍ନଟ କରିବାକୁ ଦାବି କରାଯାଉଥିଲା। ଶେଷରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଘୋଷଣାର ୨୩ ବର୍ଷ ପରେ ସୀମା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର