ଗଡ଼ପଦରରେ ମାଁ ବିରପାଣି ଯାତ୍ରା ସରିଲା 

ଜୟପୁର:କୃଷି ଭିତ୍ତିକ ପର୍ବ ମାଁ ବିରପାଣି ଯାତ୍ରା ଆଜି ସଂଧ୍ୟା‌ରେ ଶେଷ ହୋଇଛି। ଜୟପୁର ବ୍ଲକର ଗଡ଼ପଦର ଠାରେ ଥିବା ମାଁଙ୍କ ପୀଠରେ ପୂଜକ ମାନେ ପୂଜାଅର୍ଚ୍ଚନା କରିବା ପରେ ମାଁଙ୍କ ପ୍ରତୀକ ଲାଟିକୁ ଗଡ଼ପଦର ନିକଟରେ ଥିବା ପାହାଡ ଉପରକୁ ନେଇ ଯାଇଥିଲେ। ପାହାଡର ଶୀଖରରେ ପୂଜାଅର୍ଚ୍ଚନା କରିବା ସହ ପାହାଡର କୋରଡ ମଧ୍ୟକୁ କଳା କୁକୁଡା ଚିଆଁ ଛାଡ଼ିବା ପରେ ପାଣି ବାହାରିଥିଲେ। ଏହି ପାଣିକୁ ଶ୍ରଦ୍ଦାଳୁ ଭକ୍ତମାନେ ନେଇକି ଆସିଥିଲେ।

ଏହି ପାଣିକୁ ଧାନ ଜମିରେ ପକାଇବା ସହ ବିଭିନ୍ନ ରୋଗ ଆଦି ହେଲେ ଏହାକୁ ପିଆଇଲେ ଲୋକେ ସୁସ୍ଥ ହେବା ଜନଶ୍ରୃତି ରହିଛି। ଗତ ୨ବର୍ଷ ପରେ ଏହି ଉତ୍ସବ ମହାସମାରୋହର ସହ ପାଳନ କରାଯାଇଥିଲା। ଗଡ଼ପଦର ଗାଁରେ ମାଁଙ୍କ ପୀଠ ନିକଟରେ ମାନସିକଧାରୀ ମାନେ କୁକୁଡା, ଛେଳି ଆଦି ପଶୁବଳି ବି ଦେଇଥିଲେ। ଏଠାରେ ଯାତ୍ରା ଲାଗିବା ସହ ଦୋକାନବଜାର ସବୁ ବସିଥି‌ଲା। ପ୍ରାୟ ୫ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ହୋଇଥିଲା।

ସମ୍ବନ୍ଧିତ ଖବର