ଜଗତସିଂହପୁର: ନାଉଗାଁ ଥାନା ଅଧୀନ ଭଟଣା ଗାଁରେ ଯୌତୁକ ପାଇଁ ଜଣେ ନବବଧୂଙ୍କୁ ଶାଶୁଘର ଲୋକ ଜାଳି ଦେଇଥିବା ଅଭିଯୋଗ ହୋଇଛି l ମୃତ ମହିଳା ଜଣଙ୍କ ନାମ ଗୋଦାବରୀ ବରାଳ (୨୨) ବୋଲି ଜଣାପଡ଼ିଛି। ଏହି ଘଟଣା ନେଇ ଗୋଦାବରୀ ବରାଳଙ୍କ ବାପା ରଞ୍ଜିତ ବରାଳ ଥାନାରେ ଅଭିଯୋଗ କରିଛନ୍ତି l
ରଞ୍ଜିତଙ୍କ ଅଭିଯୋଗ ମୁତାବକ, ଗତ ୨୦୧୮ରେ ତାଙ୍କ ଝିଅ ଗୋଦାବରୀ ବରାଳଙ୍କ ବିବାହ ଗହୀରପଡା ଗାଁର ହୃଷିକେଶ ବିଶ୍ୱାଳଙ୍କ ପୁଅ ଲିପୁ ସହ କରାଇଥିଲେl ବିବାହ ସମୟରେ ପୁଅ ଘର ଯେତିକି ଯୌତୁକ ଦାବି କରିଥିଲେ ସେହି ବାବାଦକୁ ଲକ୍ଷେ ଟଙ୍କା ଓ ଅନ୍ୟାନ୍ୟ ଜିନିଷ ଦିଆ ଯାଇଥିଲା l
ଏହା ସତ୍ତ୍ବେ ବି ସେମାନେ ଆହୁରି ଯୌତୁକ ଦାବି କରିଥିଲେ। ଏଥିସହିତ ଏହି ଯୌତୁକ ପାଇଁ ଗୋଦାବରୀଙ୍କ ଉପରେ ତାଙ୍କ ଶାଶୁ ଘର ଲୋକ ଅତ୍ୟାଚାର କରୁଥିଲେ l ଶେଷରେ ସେମାନେ ମୋ ଝିଅକୁ ହତ୍ୟା କରିଛନ୍ତି ବୋଲି ରଞ୍ଜିତ ଅଭିଯୋଗ କରିଛନ୍ତି l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/images-8.jpg)