ଜଗତସିଂହପୁର: ନାଉଗାଁ ଥାନା ଅଧୀନ ଭଟଣା ଗାଁରେ ଯୌତୁକ ପାଇଁ ଜଣେ ନବବଧୂଙ୍କୁ ଶାଶୁଘର ଲୋକ ଜାଳି ଦେଇଥିବା ଅଭିଯୋଗ ହୋଇଛି l ମୃତ ମହିଳା ଜଣଙ୍କ ନାମ ଗୋଦାବରୀ ବରାଳ (୨୨) ବୋଲି ଜଣାପଡ଼ିଛି। ଏହି ଘଟଣା ନେଇ ଗୋଦାବରୀ ବରାଳଙ୍କ ବାପା ରଞ୍ଜିତ ବରାଳ ଥାନାରେ ଅଭିଯୋଗ କରିଛନ୍ତି l

Advertisment

ରଞ୍ଜିତଙ୍କ ଅଭିଯୋଗ ମୁତାବକ, ଗତ ୨୦୧୮ରେ ତାଙ୍କ ଝିଅ ଗୋଦାବରୀ ବରାଳଙ୍କ ବିବାହ ଗହୀରପଡା ଗାଁର ହୃଷିକେଶ ବିଶ୍ୱାଳଙ୍କ ପୁଅ ଲିପୁ ସହ କରାଇଥିଲେl ବିବାହ ସମୟରେ ପୁଅ ଘର ଯେତିକି ଯୌତୁକ ଦାବି କରିଥିଲେ ସେହି ବାବାଦକୁ ଲକ୍ଷେ ଟଙ୍କା ଓ ଅନ୍ୟାନ୍ୟ ଜିନିଷ ଦିଆ ଯାଇଥିଲା l

ଏହା ସତ୍ତ୍ବେ ବି ସେମାନେ ଆହୁରି ଯୌତୁକ ଦାବି କରିଥିଲେ। ଏଥିସହିତ ଏହି ‌‌‌ଯୌତୁକ ପାଇଁ ଗୋଦାବରୀଙ୍କ ଉପରେ ତାଙ୍କ ଶାଶୁ ଘର ଲୋକ ଅତ୍ୟାଚାର କରୁଥିଲେ l ଶେଷରେ ସେମାନେ ମୋ ଝିଅକୁ ହତ୍ୟା କରିଛନ୍ତି ବୋଲି ରଞ୍ଜିତ ଅଭିଯୋଗ କରିଛନ୍ତି l