ବୀରମହାରାଜପୁରର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଙ୍ଘା ଠାରେ ମାଁ ଭୈରବୀ ମିଶନ ଶକ୍ତିର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ତରଫରୁ ରବିବାର ଦିନ ସୁବର୍ଣ୍ଣପୁର ଜିଲ୍ଲାର ପ୍ରଥମ ଧାନ ବିହନ ବିକ୍ରୟ କେନ୍ଦ୍ରର ଶୁଭ ଉଦଘାଟନ କରିଛନ୍ତି ଜିଲ୍ଲାପାଳ ବିମଳେନ୍ଦୁ ରାୟ। ସମ୍ମାନିତ ଅତିଥି ଭାବରେ ବୀରମହାରାଜପୁରର ବ୍ଳକ ଅଧ୍ୟକ୍ଷା ଶାନ୍ତି ଲୁହା, ଉପାଧ୍ୟକ୍ଷ ନାରାୟଣ ଲୁହା, ବ୍ଳକ ସହକାରୀ ଜନ୍ତ୍ରୀ ମହମ୍ମଦ ସରିଫ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଜିଲ୍ଲାପାଳ କହିଛନ୍ତି ରାଜ୍ୟ ସରକାର ଏବେ ମିଶନ ଶକ୍ତି ମହିଳାମାନଙ୍କୁ ଆଗକୁ ଆଣିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ମହିଳାମାନଙ୍କ ବିକାଶ ହେଲେ ରାଜ୍ୟର ବିକାଶ ହେବ। ଏହି ଅବସରରେ ମାଁ ଭୈରବୀ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସମ୍ପାଦିକା ମମତା ସାହୁ ନିକଟରେ ସିଙ୍ଗାପୁରରୁ ଫେରିଥିବାରୁ ତାଙ୍କୁ ସ୍ବତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଡିପିସି କାର୍ତ୍ତିକ ଚନ୍ଦ୍ର ନାଏକ, ବିପିଏସସି ମିଶନଶକ୍ତି ବିଥିକାରାଣୀ ମିଶ୍ର, ବିଏଲସି ରମାକାନ୍ତ ହରିପାଲ୍, ସାମ୍ବାଦିକ ଯୁଗଳ କିଶୋର ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ। ମାଁ ଭୈରବୀ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସମ୍ପାଦିକା ଏହି ଧାନ ବିକ୍ରୟ କେନ୍ଦ୍ରରେ ସ୍ବର୍ଣ୍ଣ।, କଳାଚମ୍ପା, ପୂଜା ଓ ଅନ୍ୟାନ୍ୟ ଧାନ ବିକ୍ରି କରାଯାଉଛି ଆମ କେନ୍ଦ୍ରରୁ ଧାନ ବିହନ କିଣିଲେ ଚାଷୀମାନଙ୍କୁ କ୍ଵିଣ୍ଟାଲ ପିଛା ୩୩୧୨ ଟଙ୍କା ଦେବାକୁ ପଡିବ। ପରେ ସବସିଡି ଆକାରରେ ଚାଷୀମାନଙ୍କ ଖାତାରେ ୧୫୦୦ ଟଙ୍କା ଫେରି ଆସିବ ଫଳରେ ଚାଷୀମାନଙ୍କୁ ୧୮୧୨ ଟଙ୍କାରେ ଧାନ ବିହନ ପାଇ ପାରିବେ। ଏହା ସହିତ ରାଜ୍ୟ ସରକାରଙ୍କ ବିଧି ବ୍ୟବସ୍ଥା ଅନୁସାରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମଧ୍ୟ କ୍ବିଣ୍ଟାଲ ପିଛା ୩୩୮ ଟଙ୍କା ପାଇବେ ବୋଲି ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜୟନ୍ତୀ ମିଶ୍ର ସ୍ବାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ସ୍ବୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ଦୀପାଞ୍ଜଳୀ ମିଶ୍ର, ଜ୍ୟୋସ୍ନା ମୟୀ ସାହୁ, ଶୁସିଳା ସାହୁ, ସଞ୍ଜୁ ପ୍ରଧାନ, ପଦ୍ମିନୀ ସାହୁଙ୍କ ସମେତ ସମସ୍ତ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟ ଉପସ୍ଥିତ ଥିଲେ।