ରାଇରଙ୍ଗପୁର: ପରିବର୍ତ୍ତନଶୀଳ ଭାରତର ପ୍ରତିବିମ୍ବ ନାମକ ପୁସ୍ତକଟି ଭାରତର ୧୫ ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନ ଉପରେ ଆଧାରିତ ରହିଅଛି। ଲେଖିକା ରାଇରଙ୍ଗପୁରର ଝିଅ ଡଃ. ବିଜୟଲକ୍ଷ୍ମୀ ମହାନ୍ତି ବେଙ୍ଗାଲୁରୁ ସ୍ଥିତ ଆର୍ଟଅଫ ଲିଭିଙ୍ଗ ଆନ୍ତର୍ଜାତୀୟ ଆଶ୍ରମରେ ଗୁରୁେଦବ ଶ୍ରୀଶ୍ରୀରବିଶଙ୍କରଙ୍କ ଦ୍ଵାରା ଉନ୍ମୋଚିତ କରିଛନ୍ତି। ଏହି ପୁସ୍ତକ କେବଳ ମହାମହିମ ରାଷ୍ଟ୍ରପତିଙ୍କ ଜୀବନ ଗାଥା ନୁହେଁ, ଏହା ତାଙ୍କର ତଳ ସ୍ତରରୁ ଦେଶର ସର୍ବୋଚ୍ଚ ପଦବୀରେ ପହଞ୍ଚିବାର କଥା ଏବଂ ସମଗ୍ର ମାନବ ଜାତିକୁ ପ୍ରେରଣା ଯୋଗାଇବା ଭାରତ ଯେତେବେଳେ ନିଜର ସ୍ଵାଧୀନତାର ୭୫ତମ ଅମୃତ ମହୋତ୍ସବ ପାଳନ କରାଯାଉଥିବା ବେଳେ ଭାରତ ତାର ନିଜର ପ୍ରଥମ ଆଦିବାସୀ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିଅଛି। ଆମ ସମ୍ବିଧାନର ନିର୍ମାତା ମାନେ ଏହା ଲକ୍ଷ୍ୟ ରଖିଥିଲେ କି ସରକାରୀ ଯୋଜନା ଯେପରିକି ଦେଶର ଅତ୍ୟନ୍ତଗରିବ ଓ ତଳ ଶ୍ରେଣୀର ଲୋକ ମାନଙ୍କ ପାଖେରେ ପହଞ୍ଚୁ। ଏହାସହ ସାମାଜିକ ଅର୍ଥନୈତିକ ଏବଂ ରାଜନୈତିକ ଭାବେ ପଛୁଆ ଥିବା ଲୋକ ମାେନ ମଧ୍ୟ ସାମ୍ବିଧାନିକ ପଦବୀରେ ବସି ପାରନ୍ତୁ।ଏହି ପୁସ୍ତକଟି ଇଣ୍ଡିଆରୁ ଭାରତର ପରିବର୍ତନ ବିଷୟରେ ବର୍ଣ୍ଣନା କରିଅଛି। ଏହି ପୁସ୍ତକକୁ ଉପରେବଡା, ରାଇରଙ୍ଗପୁରର ଉତ୍କୃଷ୍ଟ ଆଦିବାସୀ ପରମ୍ପରାକୁ ବ୍ୟାଖ୍ୟା କରିବା ସହ ଛଅ ଦଶନ୍ଧି ମଧ୍ୟରେ ଏକ ସାଧାରଣ ଆଦିବାସୀ କନ୍ୟା ଦେଶର ସର୍ବୋଚ୍ଚ ପଦବୀରେ ବସିବାର ସଂଘର୍ଷର କାହାଣୀ ବର୍ଣ୍ଣନା କରିଅଛି। ଏହିପୁସ୍ତକ ନିଜର କାହାଣୀ ଓ ବ୍ୟାଖ୍ୟା ମାଧ୍ୟମରେ ବିଶ୍ଵକୁମହିଳା ସଶକ୍ତୀକରଣର ପ୍ରେରଣା ଯୋଗାଇଛି। ଲେଖିକାଙ୍କ ପିତା ମାତା ମନୋରଞ୍ଜନ ମହାନ୍ତି ଏବଂ ଡକ୍ଟର ପି.ଏସ. ମାଣିେକଶ୍ଵରୀ ମହାମହିମ ରାଷ୍ଟ୍ରପତିଙ୍କ ବିଷୟରେ ଯାହା ପୁସ୍ତକରେ ଲେଖା ହୋଇଛି ସେଗୁଡିକୁ ଅଙ୍ଗେ ନିଭାଇଛନ୍ତି।
ଲେଖିକା ଡକ୍ଟର ବିଜୟଲକ୍ଷ୍ମୀ ମହାନ୍ତି ଜଣେ ଶିକ୍ଷାବିତ୍ଏ ବଂ ଆର୍ଟଅଫ ଲିଭିଂ ଆନୁକୂଲ୍ୟରେ ହୋଇଥିବା ଅନେକ କାର୍ଯ୍ୟକ୍ରମର ସଫଳ ରୂପାୟନ କରିଛନ୍ତି। ଗୁରୁେଦବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଆଶୀର୍ବାଦ ଓ ପଥପ୍ରଦର୍ଶନରେ କଟକଠାରେ ଶ୍ରୀ ଶ୍ରୀ ବିଶ୍ଵବଦ୍ୟାଳୟ ପ୍ରତିଷ୍ଠା କରିବାେର ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ଏଥିରେ ବିଶ୍ଵର ବିଭିନ୍ନ ଦେଶରୁ ଆସିଥିବା ୩ ହଜାର ଛାତ୍ରଛାତ୍ରୀ ଉନ୍ନତ ମାନର ଶିକ୍ଷା ଗ୍ରହଣ କରୁଛନ୍ତି। ଲେଖିକା ବର୍ତ୍ତମାନ ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟର ଲୋକ ସମ୍ପର୍କବିଭାଗର ମୁଖ୍ୟ ତଥା ମାନବ ସମ୍ବଳ ବିକାଶ କେନ୍ଦ୍ରର ମଧ୍ୟ ନିର୍ଦ୍ଦେଶିକା ଭାବେ ଏବଂ ଶ୍ରୀଶ୍ରୀଆଡଭାନ୍ସ ଗ୍ଲୋବାଲ ସେଣ୍ଟର୍ ଫର କନ୍ଫ୍ଲିକ୍ଟେରଶୋଲୁ ସନ୍ ଏବଂ ପିସ ଷ୍ଟଡିନର ନିର୍ଦ୍ଦେଶିକା ଭାବେ କାର୍ଯ୍ୟରତ ଅଛନ୍ତି। ଜଣେ ସମାଜେସବୀଙ୍କର କନ୍ୟା ଲେଖିକା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନକୁ ଅତିନିକଟରୁେ ଦେଖିଛନ୍ତି।