କାଲିମେଳା: ମାଲକାନଗିରି ଜିଲ୍ଲାର ଉପାନ୍ତ କାଲିମେଳା ବ୍ଲକ ସଦର ମହକୁମାରେ ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ ଏଟିଏମ କାଉଣ୍ଟର ଉଦଘାଟିତ ହୋଇଯାଇଛି।
ଏହାକୁ ଅଗ୍ରଣୀ ବ୍ୟାଙ୍କ ପରିଚାଳକ ନରସିଂହ ପ୍ରସାଦ ପାଢ଼ୀ ଫିତା କାଟି ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଡ଼ିଓ ଉମାଶଙ୍କର ଦଳାଇ, ତହସିଲଦାର ଆଲୋକ ଅନୁଗୁଳିଆ, ବ୍ଲକ ଅଧକ୍ଷ ମାଳା ମାଢି. କାଲିମେଳା ଶାଖା ପରିଚାଳକ କଙ୍କଣ ବିଶ୍ୱାସ ପ୍ରମୁଖ ଯୋଗ ଦେଇଥିଲେ।
ସୂଚନା ଯୋଗ୍ୟ ଯେ କାଲିମେଳା ପରି ଏହି ଉପାନ୍ତ ବ୍ଲକରେ ଲୋକଙ୍କ ସୁବିଧାକୁ ଦେଖି ଏସ ବିଆଇ ପକ୍ଷରୁ ଏହା ହେଉଛି ୩ ୟ ଏଟିଏମ କାଉଣ୍ଟର। ବ୍ଲକ କାର୍ଯ୍ୟାଳୟ ସମୁଖରେ ପୂର୍ବରୁ କୌଣସି ଏଟିଏମ କାଉଣ୍ଟର ନ ଥିବା ବେଳେ ଏହି ଏଟିଏମ ଯୋଗୁଁ ହଜାର ହଜାର ଗ୍ରାହକ ଉପକୃତ ହୋଇପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/2b806f48-7c1f-4935-8e6c-fde6c9abaff6.jpg)
