କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ସାତ ମାସର ଶିଶୁ କନ୍ୟାକୁ ଚିକିତ୍ସା ପାଇଁ ନେଇ ଆସିଥିବା ଜଣେ ମା’ ଆଜି ହସ୍ପିଟାଲ୍ ବେଡ୍ରୁ ପଟା ଖସିଯିବାରୁ ତଳେ ପଡ଼ି ଆହତ ହୋଇଛନ୍ତି। ସ˚ପୃକ୍ତ ମହିଳାଙ୍କ ଅଣ୍ଟା ଓ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ସୌଭାଗ୍ୟବଶତଃ ଅସୁସ୍ଥ ଶିଶୁ କନ୍ୟାଟି ଅଳ୍ପକେ ବର୍ତ୍ତିଯାଇଛନ୍ତି। ଗତ ମେ’ରେ ହସ୍ପିଟାଲ୍ କାନ୍ଥରୁ ଟାଇଲ୍ ଖସିପଡ଼ିବାରୁ ଜଣେ ପ୍ରସୂତି ରୋଗୀ ଆହତ ହୋଇଥିଲେ। ଏହି ଘଟଣାକୁ ଦୁଇ ମାସ ନ ଯାଉଣୁ ଆଜି ପୁଣିଥରେ ଚିକିତ୍ସାଧୀନ ଥିବା ଜଣେ ରୋଗୀଙ୍କ ବେଡ୍ରୁ ପଟା ହୁଗୁଳିଯିବା ଘଟଣା ଜିଲ୍ଲା ହସ୍ପିଟାଲ୍ର ଦୁର୍ବଳ ସ୍ବାସ୍ଥ୍ୟସେବାକୁ ପୁଣିଥରେ ପଦାରେ ପକାଇ ଦେବା ସହିତ ରୋଗୀଙ୍କ ସୁରକ୍ଷିତ ଚିକିତ୍ସା ବ୍ୟବସ୍ଥା ଉପରେ ବିରାଟ ପ୍ରଶ୍ନଚିହ୍ନ ଆଙ୍କି ଦେଇଛି। ରାଜକନିକା ତରାସ ଅ˚ଚଳର ସ˚ଜୟ କୁମାର ନାୟକଙ୍କ ପତ୍ନୀ ସାଗରିକା ନାଥ ଆଜି ପୂର୍ବାହ୍ନରେ ଅସୁସ୍ଥ ସାତ ମାସର ଶିଶୁ କନ୍ୟା ଶ୍ରେୟା ସମର୍ପିତାଙ୍କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ଶିଶୁକନ୍ୟା ଗଲା ତିନି ଦିନ ହେବ ନାଳ ରକ୍ତ ଝାଡ଼ା ହେଉଥିଲେ। ବୁଧବାର ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦେଖାଇଥିଲେ। ମାତ୍ର ଝିଅର ଝାଡ଼ା ନ କମିବାରୁ ଆଜି ବାପା ସ˚ଜୟ ଝିଅକୁ ପତ୍ନୀ ସହିତ ଧରି ଜିଲ୍ଲା ହସ୍ପିଟାଲ୍କୁ ନେଇ ଆସିଥିଲେ। ପୂର୍ବାହ୍ନ ପ୍ରାୟ ୧୦ଟାରେ ମେଡିକାଲ୍ରେ ପହଞ୍ଚି ଆଉଟଡୋର୍ରେ ଦେଖାଇବା ପରେ ଡାକ୍ତର ଡାଇରିଆ ଵାର୍ଡରେ ଝିଅକୁ ଭର୍ତ୍ତି ହେବାକୁ ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶ ମୁତାବକ ସ˚ଜୟ ଝିଅକୁ ସ˚ପୃକ୍ତ ଵାର୍ଡରେ ଭର୍ତ୍ତି କରିଥିଲେ। ସେଠାରେ ଥିବା ଏକ ବେଡ୍ ଉପରେ ଶିଶୁ କନ୍ୟାକୁ କୋଳରେ ଧରି ମା’ ବସିଥିଲେ। ଝିଅର ଚିକିତ୍ସା ବି ହୋଇଥିଲା।
ହେଲେ କିଛି ଘଣ୍ଟା ଯିବା ପରେ ଅଚାନକ ବେଡ୍ ଥିବା ତଳ ପଟା ଖସି ପଡ଼ିବାରୁ କୋଳରେ ଥିବା ଅସୁସ୍ଥ ଶିଶୁକନ୍ୟା ସହିତ ମା’ ତଳେ ପଡ଼ି ଯାଇଥିଲେ। ଫଳରେ ମା’ ସାଗରୀକାଙ୍କ ଅଣ୍ଟା, ହାତ ଓ ମୁଣ୍ତରେ ଗଭୀର ଆଘାତ ଲାଗିଛି। ସୌଭାଗ୍ୟକୁ ଅସୁସ୍ଥ ଝିଅ ମା’ କୋଳରେ ରହିଯିବାରୁ ବିଶେଷ କିଛି କ୍ଷତି ହୋଇନାହିଁ। ଝିଅ ସୁରକ୍ଷିତ ଥିବା ବେଳେ ମା’ କିନ୍ତୁ ଆହତ ହୋଇଛନ୍ତି। ଝିଅକୁ ଭଲ କରିବା ପାଇଁ ଆସିଥିବା ମା’ ନିଜେ ହସ୍ପିଟାଲ୍ ବେଡ୍ରୁ ପଡ଼ି ଆହତ ହେବା ଘଟଣା ପରୋକ୍ଷରେ ସୂଚାଇ ଦେଉଛି ଯେ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ତାର ଆଟେଣ୍ତାଣ୍ଟ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବେଡ୍ରେ ବି ସୁରକ୍ଷିତ ନୁହେଁ। ଗତ ମେ’ ୩୦ତାରିଖରେ ବି ହସ୍ପିଟାଲ୍ରେ ଅନୁରୂପ ଏକ ଘଟଣା ଘଟିଥିଲା। ପ୍ରସବ ପାଇଁ ଆସିଥିବା ଜଣେ ପ୍ରସୂତିଙ୍କ ଉପରେ ଵାର୍ଡ କାନ୍ଥରୁ ଟାଇଲ୍ ଖସି ପଡ଼ିବାରୁ ଆହତ ହୋଇଥିଲେ। ଆଜି ବେଡ୍ରୁ ପଟା ଖସିବା ଘଟଣା ମେଡିକାଲ୍ର ସୁରକ୍ଷିତ ସ୍ବାସ୍ଥ୍ୟ ସେବା ଉପରେ ବିରାଟ ପ୍ରଶ୍ନଚିହ୍ନ ଲଗାଇ ଦେଲାଣି। ଆହତ ସାଗରିକାଙ୍କ ସ୍ବାମୀ ସ˚ଜୟ କହିଛନ୍ତି ଯେ ଝିଅକୁ ଭଲ କରିବା ପାଇଁ ନେଇ ଆସିଥିଲି। କିନ୍ତୁ ଏଠାରେ ମା’ ଆହତ ହୋଇଗଲେଣି। ଏତେ ଦୁର୍ବଳ ସ୍ବାସ୍ଥ୍ୟସେବା କେଉଁଠି ବି ଦେଖିବାକୁ ମିଳିବ ନାହିଁ। ଜିଲ୍ଲାପାଳ ତୁରନ୍ତ ଏହାର ଯାଞ୍ଚ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ବୋଲି ସ˚ଜୟ ନିଜ ପ୍ରତକ୍ରିୟାରେ କହିଛନ୍ତି।
ଅନ୍ୟପକ୍ଷରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ମେଡିକାଲ୍) ଡାକ୍ତର କିଶୋର ଆଚାର୍ଯ୍ୟ କହିଛନ୍ତି ଯେ ଖଟ ଭା˚ଗି ନାହିଁ। ଖଟରେ ତିନି ଚାରି ଜଣ ବସିଯିବାରୁ ତଳ ପଟା ଖସିଗଲା। ଉଭୟ ମା’ ଓ ଝିଅ ସୁସ୍ଥ ଅଛନ୍ତି। କାହାର କିଛି ଅସୁବିଧା ହେଇ ନ ଥିବା ଡାକ୍ତର ଆଚାର୍ଯ୍ୟ କହିଛନ୍ତି।