ପାଣିକୋଇଲି: ପଶ୍ଚିମବଙ୍ଗକୁ ଚମଡ଼ା ଓ ହାଡ଼ ଚାଲାଣ ହେଉଥିବା ଏକ ୪୦୭ ଗାଡ଼ି (ଡବ୍ଲ୍ୟୁ ବି୧୧ଡି୪୮୩୮)କୁ ପାଣିକୋଇଲି ଥାନା ଅନ୍ତର୍ଗତ ଓଛିନ୍ଦା ଗ୍ରାମ ନିକଟ ରାସ୍ତାରେ ସ୍ଥାନୀୟ ଲୋକେ ଅଟକାଇ ଜାଳିଦେଇଥିଲେ। ପାଣିକୋଇଲି ପୁଲିସ ୪୦୭ର ଚାଳକ ଏବଂ ଚାରି ଜଣ ବେପାରୀକୁ ଥାନାରେ ଅଟକ ରଖିଥିଲା। ସେମାନେହେଲେ ପଶ୍ଚିମବଙ୍ଗ ଉଲବେରିଆ ଅଞ୍ଚଳର ରାଜେଶ ସାହା(୧୬), ହାସ ତୁମ(୨୭), ଜୟଲାଲ ସାହା(୪୦) ଓ ବାବା ଆଲମ(୩୫),ସେକ ମୁଜାମିଲ(୫୦)। ପାଣିକୋଇଲି ପୁଲିସ ଏ ନେଇ କେସନମ୍ବର ୧୮୫/୨୩ରେ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
ତେବେ ନିଆଁ ଲଗାଇବା ଭିଡିଓ ଭାଇରାଲ ହେବା ପରେ ପୁଲିସ କେସନମ୍ବର ୧୮୪/୨୩ରେ ଆଉ ଏକ ମାମଲା ରଜୁ କରି କୋରାଇ ଥାନା ମୃତ୍ୟୁଞ୍ଜୟପୁର ମଣିବାଗ ଅଂଚଳର ଗଙ୍ଗାଧର ମଲ୍ଲିକ, ବୁଲା ମାଝୀ, ସୁବ୍ରତ ବେହେରା, ଅମର ବେହେରା, ବିଶ୍ଵନାଥ ରଣା, ସୁଶାନ୍ତ ରଣା ଓ ଶ୍ରୀଧର ବେହେରାଙ୍କୁ ଗିରଫ କରିଥିଲା। ଦୁଇଟି ମାମଲାରେ ମୋଟ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ସବଇନ୍ସପେକ୍ଟର ପ୍ରକାଶ ଚନ୍ଦ୍ର ପ୍ରଧାନ କହିଛନ୍ତି।