ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଓ ସାରସକଣା ସଂରକ୍ଷିତ ବିଧାନସଭା କ୍ଷେତ୍ର ପାଇଁ ଶୁକ୍ରବାର ଥିଲା ପ୍ରତ୍ୟାହାରର ଶେଷଦିନ। ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ମୋଟ୍ ୧୩ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ସେମାନଙ୍କ ମଧ୍ୟରୁ କୌଣସି ପ୍ରାର୍ଥୀତ୍ୱ ପ୍ରତ୍ୟାହାର କରିନାହାଁନ୍ତି। ଦଳୀୟ ପ୍ରାର୍ଥୀଙ୍କ ନିର୍ବାଚନ ଚିହ୍ନ ପୂର୍ବରୁ ଥିବା ବେଳେ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କୁ ନିର୍ବାଚନ କମିସନଙ୍କ ପ୍ରଦତ୍ତ ଚିହ୍ନ ମଧ୍ୟରୁ ସ୍ୱାଧୀନ ପ୍ରାର୍ଥୀ ନାରାୟଣ ମୁର୍ମୁଙ୍କୁ ମାଠିଆ ଚିହ୍ନ, ବହୁଜନ ସମାଜ ପାର୍ଟୀର ଦାମୋଦର ପୂର୍ତିଙ୍କୁ ହାତୀ ଚିହ୍ନ, ଆଜସୁ ପାର୍ଟିର ଆନ୍ତାଆଲୋକ ବାସ୍କେଙ୍କୁ କଦଳୀ ଚିହ୍ନ, ଭାରତୀୟ ଜବାନ କିସାନ ପାର୍ଟିର ଯଶୋଦା ମାରାଣ୍ଡିଙ୍କୁ ଉପହାର ଚିହ୍ନ, ଭାରତୀୟ ସଂପୂର୍ଣ୍ଣ କ୍ରାନ୍ତିକାରୀ ପାର୍ଟିର ଲକ୍ଷ୍ମଣ ମାଝୀଙ୍କୁ ଆଟୋରିକ୍ସା ଚିହ୍ନ, ସ୍ୱାଧୀନ ପ୍ରାର୍ଥୀ ପ୍ରହ୍ଲାଦ ପୂର୍ତିଙ୍କୁ କଇଁଚି ଚିହ୍ନ, ମିନତୀ ହାଁସଦାଃଙ୍କୁ ଗ୍ୟାସ୍ ସିଲିଣ୍ଡର ଚିହ୍ନ, ସାଲଖୁ ଲେମ୍ବ ମାଝୀଙ୍କୁ ବେଂଚ୍ ଚିହ୍ନ ଓ ସୁନାରାମ୍ ହେମ୍ବ୍ରମଙ୍କୁ ସିଂହ ଚିହ୍ନ ମିଳିଥିବା ରିଟର୍ଣିଂ ଅଧିକାରୀ ସରୋଜ କୁମାର ଦାସ ସୂଚନା ଦେଇଛନ୍ତି ।
ସେହିପରି ସାରସକଣା ନିର୍ବାଚନ ମଣ୍ଡଳୀର ନିର୍ଦ୍ଧଳୀୟ ସ୍ୱାଧୀନ ପ୍ରାର୍ଥୀ ମଧୂସୁଦନ ନାଏକଙ୍କୁ କରତ ଚିହ୍ନ, ଜାତୀୟ ଆପନୀ ପାର୍ଟିର ସତ୍ୟବ୍ରତ ନାଏକଙ୍କୁ ସେଓ ଫଳ ଚିହ୍ନ, ଭାରତୀୟ ଜବାନ୍ କିସାନ ପାର୍ଟିର ସମାଇ ମୁର୍ମୁଙ୍କୁ ଉପହାର ଚିହ୍ନ, ଆଜସୁ ପାର୍ଟିର ସମନାଥ ମାଝୀଙ୍କୁ କଦଳୀ ଚିହ୍ନ, ସ୍ୱାଧୀନ ପ୍ରାର୍ଥୀ ଚେକର୍ ମାହାଲିଙ୍କୁ ବେଂଚ୍ ଚିହ୍ନ, ବାସନ୍ତୀ ଟୁଡୁଙ୍କୁ ବାକ୍ସ ଚିହ୍ନ, ରାଇସେନ ସୋରେନଙ୍କୁ ମାଠିଆ ଚିହ୍ନ, ଶଙ୍କର ନାଏକଙ୍କୁ ଖଟ ଚିହ୍ନ, ସହଦେବ ବେଶ୍ରାଙ୍କୁ ଟ୍ରକ୍ ଚିହ୍ନ ମିିଳିଥିବା ନେଇ ରିଟର୍ଣିଂ ଅଧିକାରୀ ଦୌଲତ ଚନ୍ଦ୍ରକାର୍ ସୂଚନା ଦେଇଛନ୍ତି। ସମସ୍ତଙ୍କୁ ନିର୍ବଚାନର ଏହି ପର୍ବରେ ନିର୍ବାଚନ ଆଚରନ ବିଧି ନିୟମକୁ ପାଳନ କରିବାକୁ ଜହିଛନ୍ତି ।