ଜୟପୁରରେ ଭାରତ ବନ୍ଦର ଆଂଶିକ ପ୍ରଭାବ

ଜୟପୁର: ଆଜିର ଭାରତ ବନ୍ଦ ଜନସାଧାରଣ ଓ ସରକାରଙ୍କ ଉପରେ ଆଂଶିକ ପ୍ରଭାବ ପକାଇଛି। କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଆଜି କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଭାରତ ବନ୍ଦ ଡାକରା କୋରାପୁଟ ଜିଲ୍ଲା ଜୟପୁରରେ ସେପରି କିଛି ପ୍ରଭାବ ପକାଇ ପାରିନାହିଁ। ସକାଳୁ ବିଭିନ୍ନ ରାଜନୈତିକ ଦଳ ଓ ଚାଷୀ ସଂଗଠନ ଟ୍ରାଫିକ ଛକ ନିକଟରେ ରୁଣ୍ଡ ହୋଇଥିବାବେଳେ ୧ଟା ୧୫ବେଳକୁ ଖାଲି ହୋଇଯାଇଥିଲା। ଦିନ ଦୁଇଟା ବେଳକୁ ସ୍ବାଭାବିକ ହୋଇଥିଲା ଯାତାୟତ। ରାସ୍ତା ଉପରେ ଅଟକି ରହିଥିବା ଗାଡି ସବୁ ଗନ୍ତବ୍ୟସ୍ଥଳକୁ ଯାଇସାରିଥିଲେ।

ତେବେ ସକାଳୁ ସକାଳୁ ଜୟପୁର ଟ୍ରାଫିକ ଛକ, ଗାନ୍ଧି ଛକ, ପାରାବେଢା ଛକରେ କଂଗ୍ରେସ, ସିପିଆଇ ଓ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଉଭୟ ପାର୍ଶ୍ବରୁ ଆସୁଥିବା ଭାରିଯାନକୁ ଅଟକାଇ କେନ୍ଦ୍ର ବିରୋଧରେ ନାରାବାଜି କରିଥିଲେ। ପ୍ଲାକାର୍ଡ ଦେଖାଇ କେନ୍ଦ୍ର ସରକାରଙ୍କୁ ନିନ୍ଦିଥିଲେ। କୃଷି ବିରୋଧୀ ସରକାର ତୁରନ୍ତ କେନ୍ଦ୍ରରୁ ହଟିବା ଦରକାର ବୋଲି ଯୁକ୍ତି ବାଢିଥିଲେ।

ଫଳରେ ସ୍ଥାନରେ ଆଜି ସକାଳୁ ‘ଭାରତ ବନ୍ଦ’ର ଆଂଶିକ ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁରରେ। ସହରରେ ଅଧିଂକାଶ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସାମାନ୍ୟ ଭାବେ ଯାନବାହାନ ଚଳାଚଳ ବ୍ୟାହତ ହୋଇଥିଲା। ଆଜିର ଭାରତ ବନ୍ଦକୁ ଦେଶର ୧୮ଟି ରାଜନୈତିକ ଦଳ ସମର୍ଥନ କରୁଥିବାରୁ ଏହାର ନେତା ଓ କର୍ମୀ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସିପିଆଇ, ଅଖିଳ ଭାରତ କୃଷକ ସଭା, ଏଆଇଟିୟୁସି ଓ ବିଜେଏମ୍ୟୁ ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ ହୋଇଥିଲା । ଅଲ୍ ଇଣ୍ଡିଆ ଫୱାର୍ଡ ବ୍ଲକ୍ ଓ ଏହାର ଗଣସଂଗଠନଗୁଡ଼ିକ ମଧ୍ୟ ବନ୍ଦ ସମର୍ଥନରେ ରାସ୍ତାକୁ ଓହ୍ଲାଇ ଥିଲେ। ରାଷ୍ଟ୍ରୀୟ ମଜଦୁର୍ କଂଗ୍ରେସ ଓ ଓଡ଼ିଶା ନିର୍ମାଣ ଶ୍ରମିକ ଫେଡେରେସନ୍ ବନ୍ଦକୁ ସମର୍ଥନ ଜଣାଇ ଏଥିରେ ସାମିଲ୍ ହୋଇଥିଲେ।

ସମ୍ବନ୍ଧିତ ଖବର