ଝାରସୁଗୁଡ଼ା: ୱିଣ୍ଟର ସିଡ୍ୟୁଲ ଆରମ୍ଭ ହେବା ପରେ ଆସନ୍ତା ନଭେମ୍ବରରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଘରୋଇ ଇଣ୍ଡିଗୋ ବିମାନ କୋଲକାତା ଓ ବେଙ୍ଗାଲୁରୁକୁ ଉଡ଼ାଣ କରିବ ବୋଲି ଘୋଷଣା କରିଛି। ନଭେମ୍ବର ୫ରୁ କୋଲକାତାକୁ ଓ ନଭେମ୍ବର ୧୫ ତାରିଖରୁ ବେଙ୍ଗାଲୁରୁକୁ ଏହି ବିମାନ ଉଡ଼ିବ। ସେଥିପାଇଁ ଗୁରୁବାରଠାରୁ ଏହାର ବୁକିଂ ଆରମ୍ଭ ହୋଇଛି। ବିମାନ କୋଲକାତାରୁ ସନ୍ଧ୍ୟା ୫ଟା ୫୦ରେ ବାହାରି ଝାରସୁଗୁଡ଼ାରେ ସନ୍ଧ୍ୟା ୭ଟା ୨୫ ମିନିଟ୍‌ରେ ପହଞ୍ଚିବ ଓ ପୁଣି ସନ୍ଧ୍ୟା ୭ଟା ୫୫ ମିନିଟ୍‌ରେ ଝାରସୁଗୁଡ଼ାରୁ ବାହାରି କୋଲକାତାରେ ରାତି ୯ଟା ୨୦ରେ ପହଞ୍ଚିବ।

Advertisment

ବେଙ୍ଗାଲୁରୁରୁ ସକାଳ ୧୦ଟା ୧୫ରେ ଏହି ବିମାନ ବାହାରି ଦିନ ୧୨ଟା ୨୦ରେ ଝାରସୁଗୁଡ଼ାରେ ପହଞ୍ଚିବ ଓ ଏଠାରୁ ପୁଣି ଦିନ ୧୨ଟା୫୦ରେ ବାହାରି ଦିନ ୨ଟା ୫୫ରେ ବେଙ୍ଗାଲୁରୁରେ ପହଞ୍ଚିବ। ଏଥିସହ ଝାରସୁଗୁଡ଼ା ଭିଏସ୍‌ଏସ୍‌ ବିମାନ ବନ୍ଦରରୁ ଦିଲ୍ଲୀ ଯାଉଥିବା ସ୍ପାଇସ ଜେଟ୍ ବିମାନ ସମୟରେ ପରିବର୍ତ୍ତନ ହୋଇଛି। ଏହି ବିମାନ ପୂର୍ବରୁ ସନ୍ଧ୍ୟା ୭ଟାରେ ପହଞ୍ଚି ୮ଟାରେ ଉଡ଼ାଣ ଭରୁଥିବା ବେଳେ ଏବେ ଦିନ ୩.୨୫ମି.ରେ ପହଞ୍ଚି ୩. ୫୫ ମିନିଟ୍‌ରେ ଉଡ଼ାଣ ଭରିବ। ବୁଧବାରଠାରୁ ଏହି ପରିବର୍ତ୍ତିତ ସମୟ ଅନୁସାରେ ବିମାନ ଉଡ଼ାଣ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୮ ତାରିଖ ଯାଏ ଏହି ସମୟରେ ବିମାନ ଉଡ଼ାଣ କରିବ ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି।