ସରାଙ୍ଗ ଆଇଜିଆଇଟି କଲେଜରେ ବିଟେକ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଢେଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ପ୍ରତିଷ୍ଠାନ (ଆଇଜିଆଇଟି) କ୍ୟାମ୍ପସରେ ବିଟେକ ଛାତ୍ରଛାତ୍ରୀମାନେ ଅନଲାଇନ ପରୀକ୍ଷା ରେଜଲ୍ଟକୁ ନେଇ ଆନ୍ଦୋଳନ କରିଛନ୍ତି।

କରୋନା କଟକଣା ଭିତରେ ବିଟେକ ଛାତ୍ରଛାତ୍ରୀମାନେ ଅନଲାଇନରେ ପରୀକ୍ଷା ଦେଇଥିଲେ । ତେବେ ସେମାନଙ୍କର ରେଜଲ୍ଟ ନୈରାଶ୍ୟ ଜନକ ହୋଇଥିବା ବେଳେ କିଛି ପିଲାଙ୍କ ରେଜଲ୍ଟ ପ୍ରକାଶିତ ହୋଇ ନଥିଲା । ଯାହାକୁ ନେଇ ଛାତ୍ରଛାତ୍ରୀମାନେ ପରୀକ୍ଷା ଦାୟିତ୍ବର ମୁଖ୍ୟ ଏମ.ଡି ଖାନଙ୍କୁ ଜଣାଇଥିଲେ । ମାତ୍ର ସେ କୌଣସି ସହଯୋଗ ନକରିବାରୁ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଛନ୍ତି । ଏ ନେଇ କଲେଜର କୌଣସି ବିଭାଗୀୟ ମୁଖ୍ୟ କିମ୍ବା ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

ସମ୍ବନ୍ଧିତ ଖବର