କଳାହାଣ୍ଡି: କଳାହାଣ୍ଡି ଗୁଣଗୁନିଆ ଗ୍ରାମ ଡିଷ୍ଟିବୁଟାରି ରେଙ୍ଗାଲପାଲି ନିକଟରେ ଆଜି ଇନ୍ଦ୍ରାବତୀର ବାମ ପାର୍ଶ୍ୱ କେନାଲ ବନ୍ଧ ଭୁଶୁଡି ପଡ଼ିଥିଲା ।
ଏହି କେନାଲ ହୁଡା ଭୁଶୁଡି ପଡିବାରୁ ଗୁଣଗୁନିଆ, ବାଣ୍ଡିଗା, ରେଙ୍ଗାଳପାଲି ଗ୍ରାମର ପ୍ରାୟ ୪୦ ହଜାର ହେକ୍ଟର ଚାଷଜମିରେ ପାଣି ମାଡି ଯାଇଛି । ଚାଷ ଜମିରେ ପାଣି ମାଡ଼ି ଯିବା ଫଳରେ ଚାଷୀମାନଙ୍କର ଧାନ ଚାଷ ନଷ୍ଟ ହୋଇଯାଇଥିବା ଆଶଙ୍କା ଦେଖାଦେଇଛି ।
ଗୁଣଗୁନିଆ ଡିଷ୍ଟିବାଟୁରିର ଲମ୍ବ ୧୨ ହଜାର ୬ ଶହ ମିଟର ହେବ। କେନାଲ ମରାମତି ଅଭାବରୁ କିନ୍ତୁ ଅନେକ ଦିନ ହେଲା ଏହା ଶୋଚନୀୟ ହୋଇପଡ଼ିଛି। ମରାମତି ପାଇଁ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ବି ଠିକାଦାରଙ୍କ ନିମ୍ନମାନର କାମ ଯୋଗୁଁ କେନାଲର ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇ ଏହା ଭୁଶୁଡି ପଡିଛି ।
କେନାଲ ଭୁଶୁଡିବା ପରେ ବିଭାଗୀୟ ଅଧିକାରୀଙ୍କ ସହ ଗୁନଗୁନିଆ ରାଜସ୍ୱ ନିରୀକ୍ଷକ ଆଶିଷ ନାଏକ ପହଞ୍ଚି ଆକଳନ କରି ଫେରିଯାଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/vlcsnap-2021-03-19-17h39m34s129.png)