ରାୟଗଡା: ରାୟଗଡା ଜିଲ୍ଲା କାଶୀପୁର ଓ ଥୁଆମୂଳ ରାମପୁର ଅଞ୍ଚଳରେ ଔଦ୍ୟୋଗିକତାକୁ ପ୍ରୋତ୍ସାହିତ କରିବା ଏବଂ ଏକ ଔଗ୍ୟୋଗିକି ପରିବ୍ୟବସ୍ଥା ସୃଷ୍ଟି ଦିଗରେ ଦୃଷ୍ଟିନିବଦ୍ଧ କରି ଆଦିତ୍ୟ ବିର୍ଲା ଗ୍ରୁପ୍ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନି ଉତ୍କଳ ଆଲୁମିନା ରାୟଗଡ଼ା ଜିଲ୍ଲାର ଟିକିରିସ୍ଥିତ ଉଦ୍ୟମୀ କାର୍ଯ୍ୟାଳୟରେ ପ୍ରୋଜେକ୍ଟ ଉଦ୍ୟମୀ ଅଧୀନରେ ବାର୍ଷିକ ଔଦ୍ୟୋଗିକତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କାଶୀପୁର ଓ ଥୁଆମୂଳ ରାମପୁରର ୧୧ଟି ଗ୍ରାମପଞ୍ଚାୟତରୁ ପ୍ରାୟ ୨୪୦ ଜଣ ଊଦ୍ୟୋଗୀ ଏହି ସମ୍ମିଳନୀରେ ଯୋଗ ଦେଇଥିବା ବେଳେ ୨୨ ଜଣ ଉଦ୍ୟୋଗୀଙ୍କୁ ଉଦ୍ୟୋଗ ପରିଚାଳନା କ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା। ‘ପ୍ରୋଜେକ୍ଟ ଉଦ୍ୟମୀ’ ଉତ୍କଳ ଆଲୁମିନାର ଜୀବିକା ଉପାର୍ଜନ ପ୍ରୟାସ ଯାହା ୨୦୨୧ ଜୁଲାଇରେ ଆରମ୍ଭ କରାଯାଇଥିଲା ଏବଂ ତାହାକୁ ଇଡିଆଇଆଇ ପକ୍ଷରୁ କାର୍ଯ୍ୟାନ୍ୱୟନକାରୀ ସହଭାଗୀ ଭାବରେ ଉଲ୍ଲେଖନୀୟ ସମର୍ଥନ ମିଳୁଛି ଏବଂ ଏପର୍ଯ୍ୟନ୍ତ ଏହି ପ୍ରକଳ୍ପ ୨.୫ ବର୍ଷରେ ଧାର୍ଯ୍ୟ ସମୟ ପୂର୍ବରୁ ୩୧୦ ଜଣ ଉଦ୍ୟୋଗୀଙ୍କୁ ସଫଳତାର ସହିତ ପ୍ରୋତ୍ସାହିତ କରିସାରିଛି।
ଉତ୍କଳ ଆଲୁମିନା ଏବଂ ଆଦିତ୍ୟ ଆଲୁମିନିୟମ୍ ୟୁନିଟ ହେଡ୍ ଓ ପ୍ରେସିଡେଣ୍ଟ ମଜହର ବେଗ୍ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେବା ସହିତ ଅଧ୍ୟକ୍ଷତା କରିଥିଲେ।ଏଥିରେ ଆଇପିଓ ଚିତ୍ତରଞ୍ଜନ ମଲ୍ଲିକ,ଇଡିଆଇଆଇ ରିଜଓନାଲ ହେଡ୍ ଡ.ସୁବ୍ରତ ବିଶ୍ୱାଳ, ଉତ୍କଳ ଆଲୁମିନା ହେଡ୍ ସିଏସ୍ଆର ଲୋପାମୁଦ୍ରା ମିଶ୍ର, ସେକ୍ସନ ହେଡ୍ ସିଆର୍ ଆଣ୍ଡ ସଷ୍ଟେନେବିଲିଟି ତନ୍ମୟ ମହାନ୍ତି, ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
/sambad/media/post_attachments/wp-content/uploads/2024/02/Rgda-Utkal-alumina-progrmme-3.jpg)
ଗୋଷ୍ଠୀ ବିକାଶ ନିମନ୍ତେ ଉତ୍କଳ ଆଲୁମିନାର ପ୍ରତବଦ୍ଧତାକୁ ଦୋହରାଇ ମଜହର ବେଗ୍ କହିଥିଲେ ଯେ ମୁଁ ଅତ୍ୟନ୍ତ ଆନନ୍ଦର ସହିତ ଘୋଷଣା କରୁଛି ଯେ ଆମେ ଧାର୍ଯ୍ୟ ସମୟ ପୂର୍ବରୁ ଆମର ଲକ୍ଷ୍ୟକୁ ଟପିଯାଇଛୁ।ଡ.ସୁବ୍ରତ ବିଶ୍ୱାଳ ପ୍ରୋଜେକ୍ଟ ଉଦ୍ୟମୀ ଅଧୀନରେ ହାସଲ କରାଯାଇଥିବା ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ ଅଢେଇ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ସଫଳତାର ସହିତ ୩୧୦ ଉଦ୍ୟୋଗୀଙ୍କୁ ସୃଷ୍ଟି କରିପାରିଛି ଯେଉଁମାନେ ସେମାନଙ୍କର ନିଜସ୍ୱ ଉଦ୍ୟୋଗ ସ୍ଥାପନ କରିଛନ୍ତି ଏବଂ ସେମାନଙ୍କ ୟୁନିଟଗୁଡିକରେ ଅନେକ ବ୍ୟକ୍ତିଙ୍କୁ ନିୟୋଜିତ କରି ସେମାନଙ୍କ ଜୀବିକା ଉପାର୍ଜନକୁ ସମର୍ଥନ ଦେଉଛନ୍ତି। ପ୍ରତ୍ୟେକ ଉଦ୍ୟୋଗୀଙ୍କ ମାସିକ ହାରାହାରି ଆୟ ୧୧ହଜାର ଟଙ୍କା ରହିଛି ଏବଂ ୨୦୨୪ ଫେବ୍ରୁଆରି ୮ ତାରିଖ ସୁଦ୍ଦା ସେମାନଙ୍କର ମୋଟ ଆୟ ୩ କୋଟି ଟଙ୍କା ରହିଥିଲା।ଏହି ପ୍ରୟାସ କାଶୀପୁର ଏବଂ ଥୁଆମୂଳ ରାମପୁରରେ ଲୋକଙ୍କର ସ୍ଥାନାନ୍ତରଣକୁ ହ୍ରାସ କରିବାରେ ଅବଦାନ ରଖିଛି, କାରଣ ‘ଉଦ୍ୟମୀ’ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କ ବାସଗୃହରୁ ଦୂରକୁ ନଯାଇ ନିଜ ପ୍ରତିଭା ଓ ସାମର୍ଥ୍ୟକୁ ଏଠାରେ ଉପଯୋଗ କରିବା ଦିଗରେ ସଶକ୍ତ କରୁଛି।ଏହା ଗୋଷ୍ଠୀଗୁଡିକ ପାଇଁ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣକୁ ସମର୍ଥ କରାଉଥିବାବେଳେ ତାହାସହିତ ଏହି ଅଞ୍ଚଳର ସାମଗ୍ରିକ ବିକାଶ ସହିତ ଯୋଗଦାନ ରଖୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/Rgda-Utkal-alumina-progrmme-1.jpg)