ଜୟପୁର: ପଡୋଶୀ ରାଜ୍ୟର ସଂକ୍ରମଣ ରୋକିବା ପାଇଁ ଆଜି ଠାରୁ ଅନ୍ତଃରାଜ୍ୟ ବସ ସେବା ବନ୍ଦ କରି ଦିଆ ଯାଇଛି। ତେବେ ଜୟପୁର ଦେଇ ଯାଉଥିବା ବିଶାଖାପାଟଣା- କିରଣ୍ଡଲ ଏକ୍ସପ୍ରେସ ଟ୍ରେନ ଚଳାଚଳ କରୁଥିବା ଦେଖିବାକୁ ମିଳିଛି। ଛତିଶଗଡ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଅଧିକା ଦେଖାଦେଇଛି। ଏହି ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଛତିଶଗଡ ସୀମାନ୍ତ ତଥା ପଡୋଶୀ ୧୦ ଜିଲ୍ଲାରେ ସପ୍ତାହନ୍ତ ଶନିବାର ଓ ରବିବାର ସଟ୍ଡାଉନ୍ ଏବଂ ସୋମବାର ଠାରୁ ପୁଣି ଶୁକ୍ରବାର ପର୍ଯ୍ୟନ୍ତ ୫ ଦିନର ନାଇଟ୍ କର୍ଫ୍ୟୁ ଲାଗୁ କରୁଛନ୍ତି। ଛତିଶଗଡ, ଆନ୍ଧ୍ର, ତେଲଙ୍ଗାନା ଆଦି ଅନ୍ତଃରାଜ୍ୟ ବସ ଚଳାଚଳ ବି ବନ୍ଦ କରାଯାଇଛି।
ଏହା ଫଳରେ ଓଏସ୍ଆରଟିସି ବ୍ରହ୍ମପୁର ଜୋନରୁ ଆସୁଥିବା ଚିତ୍ରକୋଣ୍ଡା, ନବରଙ୍ଗପୁର, ଚନ୍ଦାହାଣ୍ଡି, ରାୟଗଡା, ଭୁବନେଶ୍ବର ଜୋନର ମାଲକାନଗିରି, ଭବାନୀପାଟଣା ଜୋନର ବିଶାଖାପାଟଣା, ମୁଖୀଗୁଡା-ବିଶାଖାପାଟଣା, ଜୟପୁର ଜୋନର କୋଟପାଡ-ବିଶାଖାପାଟଣା, ଜୟପୁର-ରାଜମହେନ୍ଦ୍ରୀ, ପାର୍ବତୀପୁରମ, ଜଗଦଲପୁର-ବିଶାଖାପାଟଣା, ଭଦ୍ରାଚଳମ, ବିଜୟନଗରମ, ଜଗଦଲପୁର, କଟକଜୋନର ଚିତ୍ରକୋଣ୍ଡା, ନବରଙ୍ଗପୁର, ଗୁଣୁପୁର, ଭଂଜନଗର ଜୋନର କାଳିମେଳା, ମାଲକାନଗିରି, ବିଜୟନଗରମ୍ ଜୋନର ଉମରକୋଟ-ବିଜୟନଗରମ, ବିଶାଖାପାଟଣା- ରାଇଘର, ବିଶାଖାପାଟଣା- ଜୟପୁର, ବିଶାଖାପାଟଣା ଉମରକୋଟ, ଏମ୍ଭି- ୭୯, ବିଜୟନଗରମ- ଜୟପୁର (ସ୍ବତନ୍ତ୍ର), ବିଜୟନଗରମ୍- ମାଲକାନଗିରି, ବିଶାଖାପାଟଣା- ଚିତ୍ରକୋଣ୍ଡା, ବିଶାଖାପାଟଣା-ଜଗଦଲପୁର (ଏସି), ବିଶାଖାପାଟଣା-ବୈଲାଡିଲା, ନବରଙ୍ଗପୁର-ବିଜୟୱାଡା, ବିଶାଖାପାଟଣା- ଗୁଣୁପୁର,ବିଜୟନଗରମ-କୋଟପାଡ ଆଦି ବସ ଆଜି ଠାରୁ ସରକାରୀ ନିର୍ଦେଶନାମା ଅନୁଯାୟୀ ବାତିଲ୍ ହୋଇଥିବା ଓଏସଆରଟିସି ପକ୍ଷରୁ ସୂଚନା ମିଳିଛି।
ସେଭଳି ଘରୋଇ ଦ୍ରୁତଗାମୀ ବସ ମଧ୍ୟରେ ଜଗଦଲପୁର- ଜୟପୁର,ଉମରକୋଟ, ଭବାନୀପାଟଣା, ଦାମନଯୋଡି, ବିଶାଖାପାଟଣା, ବୈଲାଡିଲା, ରାୟପୁର, ଦୁର୍ଗ, ଭିଲାଇ, ହାଇଦ୍ରାବାଦ, ବିଜୟୱାଡା ଆଦି ବସ ଗୁଡ଼ିକ ଆଜି ଠାରୁ ଆଉ ଚଳାଚଳ କରିବ ନାହିଁ ବୋଲି ଘରୋଇ ବସ ମାଲିକ ସଂଘ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ଅନ୍ତଃରାଜ୍ୟ ବସ ଚଳାଚଳ ଯଦିଓ ରାଜ୍ୟ ସରକାର ବନ୍ଦ କରି ଦେବା ସହ ଟ୍ରେନ ଚଳାଚଳ ବନ୍ଦ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ରେଳମନ୍ତ୍ରଳାୟକୁ ଚିଠି କରିଛନ୍ତି। ତେବେ ଏହା ବନ୍ଦ ହୋଇନି। ଆଜି ବି ବିଶାଖାପାଟଣା- କିରଣ୍ଡୁଲ ଏକ୍ସପ୍ରେସ, କିରଣ୍ଡୁଲ-ବିଶାଖାପାଟଣା ଏକ୍ସପ୍ରେସ ଚଳାଚଳ କରିଛି। ଆଜି ଜୟପୁରରୁ ଭୁବନେଶ୍ବର , କଟକ , ବ୍ରହ୍ମପୁର ଯାଉଥିବା ବହୁ ଦ୍ରୁତଗାମୀ ବସ ରାୟଗଡା ଏବଂ ନବରଙ୍ଗପୁର-ଭବାନୀପାଟଣା ଦେଇ ଯାଇଥିବା ଦେଖିବାକୁ ମିଳିଛି।