ଢେଙ୍କାନାଳ: ଦିନ ସାରା ପଡ଼ିରହିଲା ଅସୁସ୍ଥ ଦନ୍ତା ହାତୀ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ରେଞ୍ଜ ତୁରଡାନାଳୀ ଗାଁ ପାଖ ବିଲମାଳରେ ରବିବାର ଦନ୍ତାହାତୀ ଅସୁସ୍ଥ ହୋଇପଡ଼ିଛି। ଅସୁସ୍ଥ ଅବସ୍ଥାରେ ଦନ୍ତା ହାତୀ ପଡ଼ିଥିବା ଆଜି ସକାଳୁ ଗାାଁର ଲୋକମାନେ ଦେଖିଥିଲେ। ପରେ ସେମାନେ ଗାଁ ବନ ବିଭାଗକୁ ସୂଚନା ଦେଇଥିଲେ। ଗ୍ରାମବାସୀଙ୍କ କହିବା ଅନୁସାରେ ଦନ୍ତା ହାତୀ ପ୍ରାୟ ଏକ ମାସ ହେବ କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରୁ ମହାବିରୋଡ଼ ରେଞ୍ଜ ବଡ଼ସାହି ଅଞ୍ଚଳରେ ବୁଲାବୁଲି କରୁଥିଲା।

ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ଏହି ହାତୀକୁ ବନ ବିଭାଗ ଓ ଓୟୁଓଟି ତରଫରୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରାଯାଇଥିଲା ଆଜି ପୁଣି ଥରେ ଅସୁସ୍ଥ ହୋଇ ହାତୀଟି ଦିନସାରା ପଡି ରହିଛି। ତୁରଡ଼ାନାଳୀ ଗାଁ ପାଖ ବିଲମାଳରେ ଘଟଣାସ୍ଥଳରେ ମହାବିରୋଡ଼ ରେଞ୍ଜର ହରମୋହନ ନାୟକ, ପଶୁ ଚିକିତ୍ସା ଅଧିକାରୀ ସତ୍ୟବିକ୍ରମ ତରାଇ, ଫରେଷ୍ଟର ଅଜିତ ଦଳାଇ ପହଂଚି ହାତୀଟିର ଚିକିତ୍ସା ଆରମ୍ଭ କରାଇଛନ୍ତି। ମାତ୍ର ଦନ୍ତା ହାତୀ ଦିନସାରା ଗୋଟିଏ ସ୍ଥାନରେ ପଡ଼ିରହିଛି।

ସମ୍ବନ୍ଧିତ ଖବର