ହେମଗିର ଥାନା ଗାଡ଼ି ଦୁର୍ଘଟଣା ମାମଲା: ଚିକିତ୍ସାଧୀନ ହାବିଲଦାର ମୃତ

ସୁନ୍ଦରଗଡ଼: ୧୬ ତାରିଖ ଅପରାହ୍ନରେ ହେମଗିର ଥାନା କାଲୋବାହାଲ ଛକ ନିକଟରେ ପୁଲିସ ଗାଡ଼ି ଭାରସାମ୍ୟ ହରାଇ ଗଛକୁ ପିଟି ଚୂରମାର ହୋଇଯାଇଥିଲା।  ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ଜଣେ ଓପିଏଫ୍ ଯବାନ ଅନିଲ ଏକ୍କା (୩୬)ଙ୍କ ମୃତ୍ୟୁ ହୋଇଯାଇଥିଲା। ସୁନିଲ ନାଏକ ନାମକ କ୍ରାଇମ୍ ହାବିଲଦାର ଗୁରୁତର ହୋଇଥିଲେ। ତାଙ୍କୁ ଉଦ୍ଧାର କରି ବୁର୍ଲା ପଠାକଯାଇଥିଲା। ସେଠାରେ ଆଜି ତାଙ୍କ ମୃତ୍ୟୁ ହୋଇଯାଇଛି। ଥାନା ଗାଡ଼ିଟି ଏକ ମୁଦାଲାକୁ ସୁନ୍ଦରଗଡ଼ ଅଦାଲତରେ ହାଜର କରି ହେମଗିର ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା।

ସମ୍ବନ୍ଧିତ ଖବର