ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧିକାରୀ ଅଭିଯୁକ୍ତକୁ ଧରିବାକୁ ଯାଇଥିବା ସମୟରେ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି। ଧର୍ମଶାଳା ଥାନା ଅଧିକାରୀ ଉମାକାନ୍ତ ନାୟକ ମଙ୍ଗଳବାର ଅଭିଯୁକ୍ତ ଓ୍ଵାରେଣ୍ଟି ନେତ୍ରାନନ୍ଦ ମଲିକ୍ (୬୮)କୁ ବାରବାଟୀରେ ଲୁଚିଥିବା ବିଶେଷ ସୂତ୍ରରୁ ସୂଚନା ପାଇଥିଲେ। ଏହାପରେ ଅଭିଯୁକ୍ତକୁ ଧରିବା ପାଇଁ ବାରବାଟୀ ଯାଇଥିଲେ। ଏହି ସମୟରେ ନେତ୍ରାନନ୍ଦ ଲୁହା ରଡ୍ରେ ଉମାକାନ୍ତ ନାୟକଙ୍କୁ ଆକ୍ରମଣ କରିଥିଲା । ଅଭିଯୁକ୍ତ ମାଡରେ ଉମାକାନ୍ତଙ୍କ ତିନିଟି ଜାଗାରେ ମୁଣ୍ଡ ଫାଟି ଯାଇଥିଲା। ତାଙ୍କୁ ସଙ୍ଗେସଙ୍ଗେ ଡାକ୍ତରୀ ଚିକିତ୍ସା କରାଯାଇ କ୍ଷତାକ୍ତ ସ୍ଥାନରେ ଔଷଧ ଲଗାଯିବା ସହିତ ପଟି ବାନ୍ଧା ଯାଇଥିଲା। ଏବେ ସେ ସୁସ୍ଥ ଅଛନ୍ତି।
ଅଭିଯୁକ୍ତ ମାଡରେ ଧର୍ମଶାଳା ଥାନା ଅଧିକାରୀ ଆହତ
/sambad/media/post_attachments/wp-content/uploads/2019/01/778.jpg)