ଦୁର୍ଘଟଣାରେ ଗୁରୁତର ଖବରକାଗଜ ବିତରକଙ୍କ ମୃତ୍ୟୁ

ବାଲିଅନ୍ତା: ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଯୁବ ଖବରକାଗଜ ବିତରକ ଭବାନୀଶଙ୍କର ନାୟକଙ୍କର (୩୫) ଆଜି ମୃତ୍ୟୁ ହୋଇଯାଇଛି । ଗତ ୧୭ ତାରିଖ ଦିନ ଅପରାହ୍ନରେ ଭବାନୀ ଖବରକାଗଜ ବଣ୍ଟା ସାରି ବାଇକ ଯୋଗେ ପୁରୁଣା ଜଗନ୍ନାଥ ପୂର୍ତ୍ତ ବିଭାଗ ରାସ୍ତାପାର୍ଶ୍ବରେ ଆୟୋଜିତ ହେଉଥିବା ବନ୍ଧୁମିଳନ ଭୋଜି ଖାଇେବାକୁ ଯାଉଥିଲେ । ହେଲେ ଇନ୍ଦ୍ରପାଳସ୍ଥିତ ପୁରୀ କେନାଲ ବନ୍ଧ ରାସ୍ତାରୁ ନଦୀବନ୍ଧ ରାସ୍ତାକୁ ଉଠୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବାଇକ ତାଙ୍କୁ ଧକ୍କା ଦେବାରୁ ସେ ଛିଟିକିପଡ଼ି ଗୁରୁତର ହୋଇଥିଲେ ।

ଭବାନୀଙ୍କ ପଛପଟ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ପ୍ରଚୁର ରକ୍ତଶ୍ରାବ ହେବାରୁ ସେ ବେହୋସ ହୋଇପଡ଼ିଥିଲେ । ପୁଲିସ ଦୁର୍ଘଟଣା ଘଟାଇଥିବା ଦୁଇ ଯୁବକଙ୍କୁ ଥାନାକୁ ନେଇ ପରେ ଛାଡ଼ି ଦେଇଥିଲା । ହେଲେ ଆଜି ସକାଳେ ଭବାନୀଙ୍କର ମୃତ୍ୟୁ ହୋଇଯାଇଥିଲା । ବୃଦ୍ଧ ଭଗବାନ ମହାପାତ୍ରଙ୍କ ଏକମାତ୍ର ପୁଅ ଭବାନୀ ଛୋଟ ବେଳରୁ ହିଁ ବାପାଙ୍କ ସହ ଖବର କାଗଜ ବିତରଣ କରି ପରିବାର ଗୁଜୁରାଣ ମେଣ୍ଟାଉଥିଲେ । ଭବାନୀଙ୍କ ମୃତ୍ୟୁରେ ତାଙ୍କ ବାପା, ମା’ ବିଧବା ପତ୍ନୀ ଓ ଦୁଇ ଛୋଟପୁଅ ବେସାହାରା ହୋଇପଡ଼ିଛନ୍ତି । ଭବାନୀଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି ।

ସମ୍ବନ୍ଧିତ ଖବର