ଜୟପୁର: ଗତ ୩ତାରିଖ ଦିନ କୋଟପାଡ଼ ବ୍ଲକ କୁସୁମୀ ଉମ୍ରାପଣ୍ଡି ଗ୍ରାମ ଅନ୍ତର୍ଗତ ସିଂଘବନ୍ଧଗୁଡା ଗ୍ରାମର ମୁଦି ହରିଜନ(୭୦)ଙ୍କୁ ଅଜଣା ବାଇକ୍ ଧକ୍କା ଦେଇ ଥିଲା। ଏଥିରେ ତାଙ୍କର ବାମ ଗୋଡ଼ଟିର ହାଡ଼ ଭାଙ୍ଗି ଯାଇଛି। ଏସଏଲଏନ୍ ମେଡିକାଲ କଲେଜରେ ଉତ୍ତମ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲ କଲେଜକୁ ନେବାକୁ ପରାମର୍ଶ ଦିଆଯାଇଥିଲା। ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ବ୍ରହ୍ମପୁର ନ ଯାଇ ଘରକୁ ଫେରି ଆସିଥିଲେ। ତେବେ ତାଙ୍କ ଗୋଡ଼ଟି ଭାଙ୍ଗି ଯାଇ ଗୁରୁତର ଆହାତ ଥିବାରୁ ବ୍ୟାଥାକୁ ସେ ସହି ପାରୁ ନାହାନ୍ତି। ଦିନ ରାତି ଘରେ ଚିତ୍କାର କରୁଛନ୍ତି। ଖାଇବା ପିଇବା ବି ସେ ଛାଡ଼ି ସାରିଲେଣି। ଦିନକୁ ଦିନ ତାଙ୍କ ଅବସ୍ଥା ଖରାଫ ହେଲାଣି। ସୂଚନାଯୋଗ୍ୟ, ଗତ ୩ତାରିଖ ଦିନ ତାଙ୍କୁ ଗୁରତର ଅବସ୍ଥାରେ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏଠାରେ ତାଙ୍କ ଅବସ୍ଥାରେ ସୁଧାର ନ ଆସିବା ଫଳରେ ତାଙ୍କୁ କୋରାପୁଟ ଏସଏଲଏନ୍ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ତାଙ୍କୁ ଚିକିତ୍ସା କରାଯିବା ବଦଳରେ ତାଙ୍କୁ ବ୍ରହ୍ମପୁର ପଠାଇ ଦେବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। । ନିରାମୟ ଯୋଜନା ସହ ଜାତୀୟ ସ୍ବାସ୍ଥ୍ୟ ମିଶନରେ ମୁଦିଙ୍କୁ ସହଯୋଗ କରିବା ବଦଳରେ ଛାଡି ଦେବା କେତେ ଦୁର ଯୁକ୍ତିଯୁକ୍ତ। ପ୍ରଶାସନ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତିଙ୍କ ପକ୍ଷରୁ ସହଯୋଗର ହାତ ବଢ଼ାଇବାକୁ ମୁଦି ଅନୁରୋଧ କରିଛନ୍ତି।
ସହାୟତା ଲୋଡ଼ିଲେ ଅଜଣା ଗାଡ଼ି ଧକ୍କାରେ ଗୋଡ଼ ଭାଙ୍ଗିଥିବା ବୃଦ୍ଧ
/sambad/media/post_attachments/wp-content/uploads/2021/07/acc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)