ପୋଲସରା : ଗୁଣିଗାରେଡ଼ିକୁ ନେଇ ଆଜି ପୋଲସରା ବ୍ଲକ୍ ଅନ୍ତର୍ଗତ ଚିରିକିପଡା ଶାସନରେ ବିମଳ ନାହାକ ନାମକ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଅପରାହ୍ଣରେ ଗ୍ରାମବାସୀଙ୍କ ମାଡ଼ରେ ବିମଳ ଗୁରୁତର ହୋଇଥିବା ଜଣାପଡ଼ିଛି। ଏଥିରେ ବିମଳଙ୍କ ପୁଅ ମୃତ୍ୟୁଞ୍ଜୟ ଓ ସ୍ତ୍ରୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଖବର ପାଇ ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ପହଞ୍ଚି ଆହତ ବିମଳକୁ ଉଦ୍ଧାର କରି ଗାଡ଼ିରେ ମେଡ଼ିକଲ ନେବା ପାଇଁ ଚେଷ୍ଟା କରୁଥିବା ବେଳେ ସାହି ବାସିନ୍ଦାଙ୍କ ଆକ୍ରୋଶର ଶିକାର ହୋଇଥିଲେ। ପୁଲିସ ଗାଡିକୁ ଅଟକାଇବା ସହ ବିମଳଙ୍କୁ ପୁଲିସ ଗାଡ଼ିରୁ ଛଡାଇନେବାକୁ ଉଦ୍ୟମ କରିଥିଲେ। ବହୁ ବୁଝାସୁଝା ପରେ ପୁଲିସ ଆହତ ବିମଳକୁ ଉଦ୍ଧାର କରି ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତ କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ବିମଳକୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବିମଳଙ୍କ ଆଖି ଓ ଶରୀରର ବହୁ ସ୍ଥାନରେ ଆଘାତ ଲାଗିଥିବା ଡାକ୍ତର କହିଛନ୍ତି। ଘଟଣାକୁ ନେଇ ବିମଳଙ୍କ ପୁଅ ମୃତ୍ୟୁଞ୍ଜୟ ପୋଲସରା ଥାନାରେ ଅଭିଯୋଗ କରିଥିବା ଥାନାଧିକାରୀ ସୂଚନା ଦେଇଛନ୍ତି । ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ଘଟଣା ସ୍ଥଳରେ ପୁଲିସ ମୁତୟନ ରହିଛନ୍ତି।
ସୂଚନା ପ୍ରକାରେ ଗତ ଦେଢ଼ମାସ ମଧ୍ୟରେ ସାହିର ବିଶୁ ନାହାକ (୭୫), ପାଣ୍ଡି ନାହାକ(୭୦), ଟୁକୁନା ନାହାକ(୩୨), ରଞ୍ଜିତ ନାହାକ(୨୩) ମୃତ୍ୟୁହୋଇଥିବା ବେଳେ ଆଜି କୀର୍ତ୍ତନ ନାହାକ(୭୫)ଙ୍କ ମୃତ୍ୟୁହୋଇଥିଲା। ଏନେଇ ଗ୍ରାମରେ ଚାପା ଗୁଞ୍ଜରଣ ଲାଗିରହିଥିଲା।
ଗତକାଲି ଗ୍ରାମରେ ଏନେଇ ପ୍ରଶାସନ ପକ୍ଷରୁ ପୁରୁଷୋତ୍ତମପୁର ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ, ବିଡିଓ ସୁରଞ୍ଜନ କୁମାର ସାହୁ, ତହସିଲ୍ଦାର ଦିଲ୍ଲୀପ କୁମାର ନାୟକ, ଡାକ୍ତର କମଳ ଦାସ, ସରପଞ୍ଚ ସୁଜାତା ସାହୁ, ସରପଞ୍ଚ ପ୍ରତିନିଧି ଚନ୍ଦ୍ରଭାନୁ ସାହୁ, ୱାର୍ଡମେମ୍ବର, ଏବଂ ସାହି ବାସିନ୍ଦାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କୌଣସି ଗଣ୍ଡଗୋଳ ନକରିବା ଗୁଣି ଗାରେଡିରୁ ଦୁରେଇ ରହିବା ସମସ୍ତ ଆଲୋଚନା ଶେଷ ହୋଇଥିଲା।
ଆଜି କୀର୍ତ୍ତନର ମୃତ୍ୟୁ ବରଣକୁ ନେଇ ସାହି ବାସିନ୍ଦା ମନରେ ସନ୍ଦେହ ଦ୍ବିଗୁଣିତ ହୋଇଥିଲା। ଏତିକି ବେଳେ ଗ୍ରାମବାସୀଙ୍କ ସନ୍ଦେହଚକ୍ଷୁରେ ଥିବା ବିମଳ ଆଜି ସଂକ୍ରାନ୍ତି ଯୋଗୁଁ ଗ୍ରାମ ଠାକୁରଣୀ ମନ୍ଦିରରେ ପୂଜା ଅର୍ଚ୍ଚନା କରୁଥିବା ବେଳେ ଏନେଇ ସାହି ବାସିନ୍ଦାଙ୍କ ମନରେ ସନ୍ଦେହ ଅଧିକ ବଢ଼ିଥିଲା। ସଂଘବଦ୍ଧ ଭାବେ ସାହିବାସିନ୍ଦା ବିମଳଙ୍କ ଉପରେ ଆକ୍ରମଣ କରିବାରୁ ଲଥିରେ ସେ ଗୁରୁତର ହୋଇଥିଲେ। ପରିବାର ଲୋକେ ବିମଳଙ୍କୁ ରକ୍ଷା ପାଇଁ ଆସି ସେମାନେ ମଧ୍ୟ ଆହତ ହୋଇଥିଲେ। ମନ୍ଦିର ପୂଜକ ବିପ୍ର ଚରଣ ନାହାକ ଓ ସନ୍ତୋଷ ସେଠିଙ୍କୁ ମଧ୍ୟ ଗ୍ରାମବାସୀ ସନ୍ଦେହ କରୁଥିବା ନେଇ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/MKCG-Medical-College.jpg)