ପୌରପରିଷଦରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଶୁଦ୍ଧତାକୁ ନେଇ ପ୍ରଶ୍ନବାଚୀ, ଚେଇଁ ଶୋଇଛନ୍ତି ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀ

ବାରିପଦା: ବାରିପଦା ପୌରବାସୀଙ୍କୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଶୁଦ୍ଧ ପାନୀୟ ଜଳର ଶୁଦ୍ଧତାକୁ ନେଇ ଉଠିଛି ପ୍ରଶ୍ନ । ପୌରପରିଷଦରେ ଥିବା ବିଭିନ୍ନ ପମ୍ପ ହାଉସଗୁଡ଼ିକ ଲଟାବୁଦା, ଅପରିଷ୍କାର ଓ ପୋକ ସାଲୁବାଲୁ ପରିବେଶ ମଧ୍ୟରେ ରହିଛି । ପମ୍ପ ହାଉସର ପରିସରକୁ ସଫାସୁତରା କରାଯାଉ ନାହିଁ । ଆଜି ବାରିପଦା ପୌରପରିଷଦର ଗୋଲାପବାଗ ପମ୍ପ ଘର ପାଣି ଯୋଗାଣ ନିମନ୍ତେ ଥିବା ସମ୍ପ୍ ଉପରେ ଏବଂ ପରିସର ମଧ୍ୟରେ ସଁବାଳୁଆ ସାଲୁବାଲୁ ହେଉଥିବାର ପରିଲକ୍ଷିତ ହୋଇଥିଲା । ପମ୍ପ ଘର ଡ୍ରାଇଭରକୁ ଏ ବିଷୟରେ ପ୍ରଶ୍ନ କରିବାରୁ ଆମେ କଣ କରିପାରିବୁ । ଭିତରେ ଥିବା ଗଛରେ ସଁବାଳୁଆ ଭର୍ତ୍ତି ରହିଛି । ଗଛର ପତ୍ରକୁ ଖାଇ ସଫା କରି ସାରିଲେଣି । ଗଛରୁ ତଳକୁ ଓହ୍ଲାଇ ଆସି ସମ୍ପ୍ ସହ ଚାରିଆଡ଼େ ଖେଳାଇ ହୋଇଯାଇଛନ୍ତି ବୋଲି କହିଥିଲେ ।

ତେବେ ଏ ବିଷୟରେ ବାରିପଦା ଜନସ୍ୱାସ୍ଥ୍ୟ ଖଣ୍ଡ ନିର୍ବାହୀ ଯନ୍ତ୍ରୀ ବିଘ୍ନେଶ୍ୱର ପାଣିଙ୍କୁ ଭେଟିବାକୁ ଯାଇଥିବା ବେଳେ କରୋନା ନିମନ୍ତେ କାର୍ଯ୍ୟାଳୟର ଗ୍ରୀଲ ବନ୍ଦ କରାଯାଇ ଭିତରେ କର୍ମଚାରୀମାନେ କାର୍ଯ୍ୟ କରୁଥିଲେ । ପିଅନ ଭିତରକୁ ନ ଛାଡ଼ି ଅନ୍ୟ ଜଣେ କର୍ମଚାରୀଙ୍କୁ ସାଥୀରେ ଧରି ଗ୍ରୀଲ ନିକଟକୁ ଆସିଥିଲେ । କର୍ମଚାରୀ ଜଣକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ପରାମର୍ଶ ଦେଇଥିଲେ ।

ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଁଞ୍ଚିବା ପରେ ସାର ନାହାନ୍ତି ସାଇଡ଼ ଯାଇଛନ୍ତି ବୋଲି ଉତ୍ତର ମିଳିଥିଲା । ସଁବାଳୁଆର ଲୋମ ବିଷାକ୍ତ ହୋଇଥିବାବେଳେ ସମ୍ପରେ ଥିବା ଫାଙ୍କ ମଧ୍ୟ ଦେଇ ପାଣିରେ ମିଶୁଥିବାର ଯଥେଷ୍ଟ ସମ୍ଭାବନା ରହିଛି । ଉକ୍ତ ପାଣି ପାଇପ୍ ମାଧ୍ୟମରେ ଜନସାଧାରଣଙ୍କ ଘରେ ପହଞ୍ଚୁଛି ଓ ଜନସାଧାରଣ ଉକ୍ତ ପାଣିକୁ ବ୍ୟବହାର କରୁଥିବାରୁ ସମ୍ପ ପାଣିର ଶୁଦ୍ଧତାକୁ ନେଇ ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି ।

ସମ୍ବନ୍ଧିତ ଖବର