‘ଇନଷ୍ଟାଣ୍ଟ ଲୋନ’ ନାମରେ ଅଧିକ ସୁଧ ସ˚ଗ୍ରହ : ଟାର୍ଗେଟରେ ଅର୍ଥାଭାବର ଶିକାର ପରିବାର

ଫାଇନାନ୍ସ ସ˚ସ୍ଥା ଜିଲ୍ଲାରେ ସକ୍ରିୟ

ପାରଳାଖେମୁଣ୍ତି: ମହିଳାମାନଙ୍କର ଆର୍ଥିକ ସଶକ୍ତୀକରଣ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଥିବା ବେଳେ ତୃଣମୂଳ ସ୍ତରରେ ଦାରିଦ୍ର୍ୟ ଆଶାନୁରୂପକ ହ୍ରାସ ପାଉନାହିଁ । ମହିଳାମାନଙ୍କୁ ସ˚ଗଠିତ କରି ଗୋଷ୍ଠୀ ମାଧ୍ୟମରେ ସେମାନଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଯୋଜନାରେ ଆର୍ଥିକ ସହାୟତା ଦିଆଯାଉଥିବା ସତ୍ତ୍ବେ ଅଣବ୍ୟାଙ୍କିଙ୍ଗ ଅନୁଷ୍ଠାନର ଶିକାର ହେଉଛନ୍ତି ପାରଳା ପୌରପାଳିକା ମଧ୍ୟରେ ବାସ କରୁଥିବା ଅନେକ ପରିବାର।

ପୂର୍ବରୁ ଚିଟଫଣ୍ତ କେଳେଙ୍କାରୀ ଜାଲରେ ଫସିଯାଇଥିବା ମହିଳାମାନେ ବିଶେଷ କରି ଗରିବ ପରିବାର ବର୍ତ୍ତମାନ ‘ଇନଷ୍ଟାଣ୍ଟ ଲୋନ’ (ସୁବିଧା ଋଣ) ଜାଲରେ ପଡ଼ିଯାଇଥିବା ଦେଖାଯାଇଛି। ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ସକ୍ରିୟ ଥିବା ଏହି ଯୋଜନା ବର୍ତ୍ତମାନ ଓଡ଼ିଶା ସୀମାରେ ଅବସ୍ଥାପିତ ଜିଲ୍ଲା – କୋରାପୁଟ, ମାଲକାନଗିରି, ଗଜପତି, ରାୟଗଡ଼ ଏବ˚ ଗଞ୍ଜାମରେ ବିସ୍ତାରିତ ହେବାକୁ ଆରମ୍ଭ କରିଛି। ଏହି ଯୋଜନା ମାଧ୍ୟମରେ କିଛି ଫାଇନାନ୍ସ୍ ସଂସ୍ଥା ତୁରନ୍ତ ଋଣ ଦିଆଯାଇପାରିବାର ଲାଳସା ଦର୍ଶାଇ ବିଭିନ୍ନ ପରିବାରକୁ ଟାର୍ଗେଟ କରୁଛନ୍ତି ।

ଦୁଇ ଦିନ ପୂର୍ବେ ତେଲେଙ୍ଗାନା ପୁଲିସ ‘ଇନଷ୍ଟାଣ୍ଟ ଲୋନ’ ଦେଇ ଲୋକଙ୍କ ଠାରୁ ଉଚ୍ଚ ସୁଧ ହାସଲ କରୁଥିବା କିଛି କମ୍ପାନିର ୮ଜଣ କର୍ମଚାରୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ଏହି ରାକେଟ୍ ବେଆଇନ ଭାବେ ଋଣ ପ୍ରଦାନ କରି ଲୋକଙ୍କୁ ହଇରାଣ କରିବା ସହ ମାନସିକ ଚାପ ସୃଷ୍ଟି କରୁଥିଲା। ପାରଳାଖେମୁଣ୍ତିରେ ଅନେକ ପରିବାର ଏହି ଋଣ ଜାଲରେ ଛନ୍ଦି ହୋଇ ପଡ଼ିଥିବାର ତଥ୍ୟ ମିଳିଛି। ସହରର ବିଭିନ୍ନ ବସ୍ତି ଅଞ୍ଚଳରେ ବାସ କରୁଥିବା ପରିବାରକୁ ଟାର୍ଗେଟ କରିବା ସହ ଏହି ଅଣବ୍ୟାଙ୍କିଙ୍ଗ ଅନୁଷ୍ଠାନମାନ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ଟାର୍ଗେଟ କରୁଛନ୍ତି । ଅନେକ ଛୋଟ ଛୋଟ ବ୍ୟବସାୟୀ ମଧ୍ୟ ତୁରନ୍ତ ଋଣ ମିଳିବା ଲାଳସା ଯୋଜନାରେ ଛନ୍ଦି ହୋଇ ବର୍ତ୍ତମାନ ଅସହାୟ ହୋଇ ପଡ଼ିଛନ୍ତି । ସହରର ମୁଖ୍ୟ ବଜାରରେ ବହି ଓ ପାଠ୍ୟପୁସ୍ତକ ବେପାର କରୁଥିବା ଜଣେ ବେପାରୀ ଗତ କିଛି ଦିନ ହେଲା ସହର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି

ଅନୁସନ୍ଧାନ ବେଳେ ଜଣାପଡିଛି ଯେ ବାର୍ଷିକ ୩୬% ହାରରେ ସୁଧ ହାସଲ କରୁଥିବା ଏହି ‘ଇନଷ୍ଟାଣ୍ଟ ଲୋନ’ କ˚ପାନି ଗୁଡିକ ଗରିବ ପରିବାରଙ୍କ ଆଧାର କାର୍ଡ, ଚେକ ବୁକ, ବ୍ୟା˚କ ଖାତା ଓ ପାନ କାର୍ଡ ଆଦି ରଖି ଏକ ଚୁକ୍ତି ନାମା କରନ୍ତି । ଯଦି ଏହି ପରିବାରର କୌଣସି ଦସ୍ତାବିଜ ନଥିବ ତାହା କରାଇ ଦେବାରେ କ˚ପାନି ସହଯୋଗ କରେ। ଏହା ପରେ ୧ଲକ୍ଷ ଟଙ୍କା ହିତାଧିକାରୀ ନେଲେ ମାସିକ ୧୨,୦୦୦ ଟଙ୍କା କିସ୍ତିରେ ୧୨ ମାସରେ ଦେବା ପାଇଁ ଚୁକ୍ତିନାମା କରାଯାଇଥାଏ । ଯଦି କୌଣସି ବ୍ୟକ୍ତି ଉକ୍ତ ଅର୍ଥ ୨ ବର୍ଷରେ ପରିଶୋଧ କରିବ ବୋଲି ଚୁକ୍ତିନାମା କରେ, ତେବେ ମାସିକ ୭୭୦୦ ଟଙ୍କା ୨୪ ମାସ ଦେବାକୁ କୁହାଯାଏ । ଅନେକ ସମସ୍ୟାରେ ରହୁଥିବା ଗରିବ ପରିବାର ଏହି ଋଣ ନେବା ପରେ କିସ୍ତି ବାନ୍ଧିବାରେ ଅସୁବିଧା ଯୋଗୁଁ ଅଣବ୍ୟାଙ୍କିଙ୍ଗ ଅନୁଷ୍ଠାନର ଆକ୍ରୋଶର ଶିକାର ହେଉଛନ୍ତି ।

‘ଇନଷ୍ଟାଣ୍ଟ ଲୋନ’ କେବଳ ପାରଳାଖେମୁଣ୍ତି ସହର ନୁହେଁ ଗ୍ରାମାଞ୍ଚଳରେ ମଧ୍ୟ ବ୍ୟାପିଥିବା ସୂଚନା ରହିଛି । ପ୍ରତିଦିନ ବାଇକରେ ଅନେକ ଯୁବକ ଋଣ କିସ୍ତି ସ˚ଗ୍ରହ କରିବା ଉଦ୍ଦେଶ୍ୟରେ ବୁଲୁଛନ୍ତି । ଋଣ ଟଙ୍କା ସ˚ଗ୍ରହକୁ ନେଇ ଅନେକ ବିବାଦ ମଧ୍ୟ ଲାଗିରହୁଛି । କିଛି ଦିନ ହେଲା ଜିଲ୍ଲାରେ ଛୋଟ ଛୋଟ ପିଲାମାନଙ୍କ ଅପହରଣ ‘ଇନଷ୍ଟାଣ୍ଟ ଲୋନ୍’ ସହ ସ˚ପୃକ୍ତ ବୋଲି ଆଲୋଚନା ହେଉଛି । ବେଆଇନ ଭାବେ ଅଧିକ ସୁଧ ରଖି ଋଣ ହାସଲ କରୁଥିବା ସ˚ସ୍ଥା ଗୁଡିକୁ ପୁଲିସ ଧରପଗଡ଼ କଲେ ଏ ସମ୍ବନ୍ଧରେ ଆହୁରି ଅନେକ ତଥ୍ୟ ଲୋକଲୋଚନକୁ ଆସିବ ବୋଲି ମତ ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର