ଖୋର୍ଦ୍ଧା: ରାଜ୍ୟର ଶିକ୍ଷା ବ୍ୟବସ୍ଥାର ପରିଚାଳନା ପାଇଁ ତଳସ୍ତରର ସର୍ବୋଚ୍ଚ କାର୍ଯ୍ୟାଳୟ ହେଉଛି ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟ। ସାଧାରଣତଃ ଶିକ୍ଷକଶିକ୍ଷୟିତ୍ରୀ ପ୍ରାୟତଃ ନିଜର ବୃତ୍ତିର ଅଧିକାଂଶ କାମ ଏହି କାର୍ଯ୍ୟାଳୟରେ ହୋଇଥାଏ, କିନ୍ତୁ ଏଠାରେ ଯଦି ଶିକ୍ଷକମାନେ ନିଜର କାମ ପାଇଁ ହାତଗୁଞ୍ଜା ଦେବାକୁ ବାଧ୍ୟ ହେବେ, କାର୍ଯ୍ୟାଳୟରେ କିରାଣୀଙ୍କ ଦ୍ୱାରା ହଇରାଣ ହରକତର ଶିକାର ହେବା ପରେ ମଧ୍ୟ ଅଧିକାରୀ କୌଣସି ପଦକ୍ଷେପ ନେବେନାହିଁ ତେବେ ତୃଣମୂଳସ୍ତରରେ ସମ୍ପୂର୍ଣ୍ଣ ଶିକ୍ଷାବ୍ୟବସ୍ଥା ଭୁଷୁଡ଼ିଯିବା ଯଥେଷ୍ଟ ସମ୍ଭାବନା ରହିଛି। ଏଭଳି ଏକ ଘଟଣାର ଅଭିଯୋଗ ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧାର ବୋଲଗଡ଼ ବ୍ଲକରୁ ଆସିଛି। ବ୍ଲକର ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଇଓ କାର୍ଯ୍ୟାଳୟରେ ବ୍ୟାପକ ଦୁର୍ନୀତି ହେଉଥିବା, ପ୍ରତ୍ୟେକ କାର୍ଯ୍ୟ ପାଇଁ ସେମାନଙ୍କୁ ହାତଗୁଞ୍ଜା ମଗାଯାଉଥିବା, ନଦେଲେ ଅସଦ ବ୍ୟବହାର କରାଯାଉଥିବା ନେଇ ଅଭିଯୋଗ ହୋଇଛି
ଶିକ୍ଷକ ସଂଘର ଏହି ଅଭିଯୋଗର ପ୍ରାୟ ୧ ମାସ ପରେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ଜୁନ ୧୦ ତାରିଖରେ ସଂଘ ପକ୍ଷରୁ ବୋଲଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ ଏନେଇ ଲିଖିତ ଅଭିଯୋଗ କରାଯାଇଥିଲା। ସଂଘ ନିଜ ଅଭିଯୋଗରେ ଦର୍ଶାଇଥିଲା ଯେ ବ୍ଲକର କନିଷ୍ଠ କିରାଣୀ ସେକ୍ ମୁନିର ୨୦୧୩ ମସିହାରୁ ଏଠାରେ କାମ କରୁଛନ୍ତି। ପ୍ରତ୍ୟେକ କାମରେ ସେ ଶିକ୍ଷକଙ୍କୁ ହାତଗୁଞ୍ଜା ମାଗୁଛନ୍ତି, ନଦେଲେ ଗାଳିଗୁଲଜ ମଧ୍ୟ କରିବାକୁ ପଛଉନାହାନ୍ତି। ଏନେଇ ସେମାନେ ବାରମ୍ବାର ବିଇଓଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆନଯିବାରୁ ସେମାନେ ଶିକ୍ଷା ନିର୍ଦେଶକଙ୍କୁ ଏନେଇ ଦୃଷ୍ଟି ଆକର୍ଷଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/scam.jpg)