ଆନ୍ତଃ ମହାବିଦ୍ୟାଳୟ ସଂଗୀତ ପ୍ରତିଯୋଗିତା 

ଖୋର୍ଦ୍ଧା: ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଆଜି ଆନ୍ତଃ ମହାବିଦ୍ୟାଳୟ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।
ମହାବିଦ୍ୟାଳୟର ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ ଅଜନ୍ତା ଶତପଥୀ ଯୋଗ ଦେଇଥିଲେ । ପ୍ରତିଯୋଗିତାରେ, ଶାସ୍ତ୍ରୀୟ ସଂଗୀତ ବର୍ଗରେ କଟକର ନେତାଜୀ ସୁଭାଷ ମେମୋରିଆଲ୍ ସିଟି କଲେଜର ଛାତ୍ରୀ ମୋନାଲିସା ମହାନ୍ତି, ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ୱେତା ଶାଶ୍ୱତୀ ରଥ, ଲଘୁ କଣ୍ଠ ସଂଗୀତରେ ଭୁବନେଶ୍ୱର କମଳା ନେହେରୁ ମହିଳା ମହାବିଦ୍ୟାଳୟର ସୁପ୍ରଭା ସାହୁ, ନହରକଂଟା ଜୟଦେବ ମହାବିଦ୍ୟାଳୟର ସୌମ୍ୟରଂଜନ ମହାପାତ୍ର, କଟକ ନେତାଜୀ ସୁଭାଷ ମେମୋରିଆଲ୍ ସିଟି କଲେଜର ପ୍ରୟାସ କାନୁନ୍ଗୋ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ସେହିଭଳି, ଭକ୍ତିସଂଗୀତ ଓ ଭଜନରେ ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ପ୍ରଜ୍ଞା ପାରମିତା ପ୍ରିୟଦର୍ଶିନୀ, ପ୍ରାଣନାଥ ମହାବିଦ୍ୟାଳୟର ପ୍ରଜ୍ଞା ପାରମିତା ଲେଙ୍କା, ନେତାଜୀ ସୁଭାଷ ମେମୋରିଆଲ୍ ସିଟି କଲେଜର ଅଙ୍କିତା ମିଶ୍ର, ଓଡ଼ିଶାୀ ନୃତ୍ୟ ପ୍ରତିଯୋଗିତାରେ କଟକ ଇନ୍ଦିରା ଗାନ୍ଧୀ ମହାବିଦ୍ୟାଳୟର ଲିପ୍ସା ମହାପାତ୍ର, କମଳା ନେହେରୁ ମହିଳା ମହାବିଦ୍ୟାଳୟର ଐଶ୍ୱର୍ଯ୍ୟା ମହାନ୍ତି, ନୟାଗଡ଼ ସହିଦ ରଘୁଦିବାକର ମହାବିଦ୍ୟାଳୟର ସୋମନାଥ ରଥ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପ୍ରଧ୍ୟାପକ ଶୁଭେନ୍ଦୁ ମହାନ୍ତି ଓ ମହାବିଦ୍ୟାଳୟର ଅନ୍ୟ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

ସମ୍ବନ୍ଧିତ ଖବର