ମତେ ନିଅରେ…ମୁଁ ଭୋଟ ଦେବି

ଖଟିଆରେ ବୁହା ହୋଇ ଭୋଟ ଦେବାକୁ ଗଲେ ବାର୍ଦ୍ଧକ୍ୟ ବ୍ୟକ୍ତି

କୁତ୍ରା: ଗଣତନ୍ତ୍ରର ମହାପର୍ବରେ ସମସ୍ତେ ନିଜର ଅଧିକାର ସାବ୍ୟସ୍ତ କରୁଛନ୍ତି | ତେବେ ଏବେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯାହାକି ଭୋଟ ଦେବା ପାଇଁ କିଭଳି ଜଣେ ବୃଦ୍ଧ ବ୍ୟକ୍ତିଙ୍କର ଆଗ୍ରହ ଅଛି ତାହାକୁ ପ୍ରମାଣ କରିବ | ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଡାହିଜିରା ଗିର୍ଜାପଡା ଗାଁ ରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ | ଜଣେ ଭୋଟର ଖଟରେ ବୁହା ହୋଇ ଭୋଟ ଦେବାକୁ ଆସିଛନ୍ତି |

ଦୃଶ୍ୟ ଦେଖିଲେ ଲାଗିବ ଉପାନ୍ତ ଅଂଚଳରେ କୌଣସି ରୋଗୀଙ୍କୁ ଚିକିତ୍ସା ପାଇଁ ଖଟରେ ବୁହା ହୋଇ ନିଆଯାଉଛି | ତେବେ ପ୍ରକୃତରେ ଜଣେ ଭୋଟରଙ୍କୁ ଭୋଟ ଦେବା ପାଇଁ ମତଦାନ କେନ୍ଦ୍ରକୁ ଅଣାଯାଉଛି | ସୂଚନା ମୁତାବକ ଖଟରେ ବୁହା ହୋଇ ଆସୁଥିବା ଏହି ଭୋଟର ଜଣକ ହେଲେ କୀର୍ତଦାସ ଗୁଡିଆ | କୀର୍ତଦାସଙ୍କୁ ୮୫ ବର୍ଷ ବୟସ ହୋଇଥିବାବେଳେ ଯେତେ ବି ନିର୍ବାଚନ ହୋଇଛି ସବୁବେଳେ ଭୋଟ ଦେଇଥାନ୍ତି |

ତେବେ ବାର୍ଦ୍ଧକ୍ୟ ଯୋଗୁଁ ବିଛଣାରେ ପଡିଥିଲେ ବି ସେ ଭୋଟ ଦେବେ ବୋଲି ଇଚ୍ଛା ପ୍ରକାଶ କରିଥିଲେ | ଆଉ ବାପାଙ୍କ ଏଭଳି ଉତ୍ସାହ ଦେଖି ପରିବାର ଲୋକ ତଥା ଗ୍ରାମବାସୀ ତାଙ୍କୁ ଭୋଟ ଦେବାକୁ ବୋହି ଆଣିଥିଲେ ।

ସମ୍ବନ୍ଧିତ ଖବର