ଭବାନୀପାଟଣାରେ ଆନ୍ତର୍ଜାତିକ ଶିଶୁକନ୍ୟା ଦିବସ 

ଭବାନୀପାଟଣା: ଭବାନୀପାଟଣା ସହରସ୍ଥିତ ଜିଲ୍ଲାପାଳ ସମ୍ମିଳନୀରେ କକ୍ଷରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶିଶୁକନ୍ୟା ଦିବସ ପାଳନ କରାଯାଇଥିଲା । ଆଜି ସକାଳେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ।
ସେହିଭଳି ଶିଶୁକନ୍ୟା ସଚେତନତା ରଥକୁ ସବୁଜ ପତାକା ଦେଖାଇ ଆରମ୍ଭ କରିଥିଲେ । ଏହି ରଥ ଜିଲ୍ଲାବ୍ୟାପୀ ବୁଲି ଲୋକଙ୍କ ମଧ୍ୟରେ ଶିଶୁକନ୍ୟା ଉପରେ ସଚେତନତା କରାଯିବ । ପରେ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ରଙ୍କ ଅଧ୍ୟକ୍ଷତାରେ କୋଭିଡ ଗାଇଡ଼ଲାଇନ କୁ ପାଳନ କରି ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସହକାରୀ ଜିଲ୍ଲାପାଳ ଶୁଭଦୀପତା ମହାନ୍ତି ଓ ଡେପୁଟି ଜିଲ୍ଲାପାଳ ଶୁଶ୍ରୀ ପ୍ରଧାନ, ଆଇସିଡିଏସ ପ୍ରୋଗ୍ରାମ ଅଫିସର ମିନାକ୍ଷୀ ପାତ୍ର ଓ ଡ଼ଃ ଅଶୋକ କୁମାର ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଉଦବୋଧନ ଦେଇଥିଲେ । ଏଥିରେ ଜିଲ୍ଲାର ମାଟ୍ରିକ ଟପ୍ପର ଶୁଭରାଣୀ ଦାସ, ଦଶମ ସିବିଏସଇ ଟପ୍ପର ଆଦ୍ୟଶା ବେହେରା, ସିବିଏସଇ ଯୁକ୍ତ ଦୁଇ ରେଜିଓନାଲ ଟପ୍ପର ଐଶୁଯ୍ୟା ପଟ୍ଟନାୟକଙ୍କୁ ପୁରସ୍କୃତ  କରାଯାଇଥିଲା ।
ସେହିଭଳି କୋଭିଡ ସମୟରେ ସଚେତନତା ନେଇ ନେହେରୁ ସେବା ସଙ୍ଘର ଜ୍ୟୋଷ୍ଣାରାଣୀ ପୁଝରୀ ଏବଂ ଗୌରବଶାଳୀ ଶିଶୁ କନ୍ୟା ପିତାମାତା ଭାବରେ ଭବାନୀପାଟଣା ସହରର ଶ୍ରୀଧର ସାହୁ ଓ ନିର୍ମଳା ସାହୁ, ମନୋଜ ନାଏକ ଓ ଶାନ୍ତା କୁମାରୀ ନାଏକଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ପିଓଆଇସିଇ ବିକାଶ ରଞ୍ଜନ କର ଧନ୍ୟବାଦ ଅର୍ପଣ କରିଥିଲେ ।  ପରେ ଏକ ୱେବିିନାର ଅନୁଷ୍ଠିତ ହୋଇଥିଲା  ଓ ଏଥିରେ ବିଭିନ୍ନ ବ୍ଲକର ଆଇସିଡିଏସ , ଏନଜିଓ ଓ ବିଭିନ୍ନ କର୍ମକର୍ତ୍ତା ଯୋଗ ଦେଇଥିଲେ ।
ସମ୍ବନ୍ଧିତ ଖବର