ଖୋର୍ଦ୍ଧା: ଅନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ସ୍ଥାନୀୟ ସିଗ୍ମା ପବ୍ଲିକ୍ ସ୍କୁଲ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ସଭାରେ ସିଭିଲ ଜଜ୍ (କନିଷ୍ଠ) ବିଶ୍ୱଦୀପକ ସାହୁ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଏସ୍ଜେଏମ୍ ସୁରେନ୍ଦ୍ର କୁମାର ପାଢ଼ୀ, ତାଲୁକ ଆଇନସେବା କମିଟିର ସମ୍ପାଦକ ବସନ୍ତ ଶତପଥୀ, ସିଗ୍ମା ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ମମତା ପଟ୍ଟନାୟକ, ପ୍ରତିଷ୍ଠାତା ଶୁଭ୍ରାଂଶୁ ରଂଜନ ସାମନ୍ତରାୟ, ଆଇନଜୀବୀ ବିକ୍ରମ କେଶରୀ ଚମ୍ପତି ପ୍ରମୁଖ ଉପସ୍ଥିତ ଥିଲେ।
ସୁସ୍ଥ ସମାଜ ଗଠନରେ ବାଳିକାଙ୍କ ସୁରକ୍ଷା ଜରୁରୀ ଓ ଏଥିପାଇଁ ସମସ୍ତେ ପ୍ରଚେଷ୍ଟା କରିବା ଉଚିତ ବୋଲି ଅତିଥି ଭାବେ ମତ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଧାରମଣ ଦାସ, ମମତା ମିଶ୍ରଙ୍କ ସମେତ ସ୍କୁଲର ଶିକ୍ଷକଶିକ୍ଷୟିତ୍ରୀ ଓ ଅଭିଭାବକ ମାନେ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/Girla-Child-Day-Khordha.jpeg)
