ଧଉଳି: ଶାନ୍ତିସ୍ତୁପ ଧଉଳି ଚାରୁକଳା ମହାବିଦ୍ୟାଳୟ ପକ୍ଷରୁ ଆଜି ଚତୁର୍ଥ ଆନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ଧର୍ମପଦ ପୁରସ୍କାରପ୍ରାପ୍ତ ଚିତ୍ରଶିଳ୍ପୀ ବିନୋଦ ମହାରଣା, ସ୍ଥାନୀୟ ସରପଞ୍ଚ ପୂର୍ଣ୍ଣିମା ସାହୁ, ଭାରତ ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ରଶ୍ମି ସୋନିଆ ତିର୍କୀ, ସମାଜସେବୀ ହରେକୃଷ୍ଣ ସାହୁ, ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

Advertisment

ଏହି ପ୍ରଦର୍ଶନୀରେ ୧୦ଟି ଦେଶର ୩୮୦ ଜଣ ଶିଶୁ ଚିତ୍ରଶିଳ୍ପୀଙ୍କ ଚିତ୍ରକଳା ପ୍ରଦର୍ଶିତ ହୋଇଛି। ପ୍ରଦର୍ଶନୀରେ ମହାମାରୀ କରୋନା ସଂକ୍ରମଣର ଭୟାବହତା, ପ୍ରକୃତି, ଜୀବଜଗତ ଏବଂ ବିଶ୍ବଶାନ୍ତି ଶୀର୍ଷକ ଚିତ୍ରକଳା ଦର୍ଶକଙ୍କୁ ଆକର୍ଷିତ କରିଛି ।  ଏହି ଅବସରରେ ଆୟୋଜିତ ସଭାରେ ଅଧ୍ୟକ୍ଷ ପଞ୍ଚାନନ ସାମଲ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ହୃଷିକେଶ ମିଶ୍ର ସଭାପତିତ୍ବ କରିଥିଲେ । ସଂପାଦକ ମିହିରକାନ୍ତ ପ୍ରହରାଜ ବାର୍ଷିକ ବିବରିଣୀ ପ୍ରଦାନ କରିଥିଲେ ।