ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ସ୍ଥାନୀୟ ବ୍ଲକ ଅନ୍ତର୍ଗତ ମାଲିକାପୋଡ଼ି ବାପଟିଷ୍ଟ ମଣ୍ଡଳୀରେ ଆନ୍ତର୍ଜାତୀୟ ମହିଳା ଦିବସ ଟିଡବ୍ଲ୍ୟୁ ଆରର ଆଶାଭରା ନାରୀ କାର୍ଯ୍ୟକ୍ରମ ଓ ସ୍ଥାନୀୟ ମହିଳା ସମିତିର ମିଳିତ ଆନୁକୂଲ୍ୟରେ ଅନୁଷ୍ଟିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ସଭାନେତ୍ରୀ ଶ୍ରୀମତୀ ଜୁଲିଏଟ ପ୍ରଧାନ ପରିଚାଳନା କରିଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଜିତେନ୍ଦ୍ର ପ୍ରଧାନ ଓ ପ୍ରତ୍ୟୁଷା ରାଉଳ ଉପସ୍ଥିତ ରହିଥିଲେ। ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ପାଳକ ସୁବୋଧ ଆଚାର୍ଯ୍ୟ ଓ ଅରୁଣ ପ୍ରଧାନ ଉପସ୍ଥିତ ରହିଥିଲେ।ପ୍ରସଙ୍ଗ ଭାବରେ "ଜ୍ଞାନବତି ସ୍ତ୍ରୀ ଆପଣା ଗୃହ ଗୁନ୍ଥେ" ବିଷୟରେ ଆଲୋଚନା ହୋଇଥିଲା।

Advertisment

ଏହି କାର୍ଯ୍ୟକ୍ରମରେ ବକ୍ତାମାନେ ମୁଖ୍ୟ ପ୍ରସଙ୍ଗ ଉପରେ ମହିଳାମାନଙ୍କୁ ଉତ୍ସାହିତ କରିବା ଉଦ୍ଧେଶ୍ୟରେ ବିଭିନ୍ନ ଉପଦେଶ ଦେଇଥିଲେ,ଯେପରି ଜଣେ ମହିଳା, ଦବୋରା ବିଷୟରେ ଆଲୋଚନା କରିଥିଲେ। ତାଙ୍କ ଜୀବନୀ କିପରି ଥିଲା, ଦବୋରା ଶଦ୍ଧର ଅର୍ଥ କଣ? ଏହା ହିବ୍ରୁ ଭାଷାରେ ମହୁମାଛିଙ୍କୁ ବୁଝାଏ ଓ ମହୁ ମାଛି କିପରି ମୂଲ୍ୟବାନ ମହୁ ସଂଗ୍ରହ କରେ ଓ କିପରି ଉପକାରୀ ତାହା ବର୍ଣ୍ଣନା କରିବା ସହିତ ମହିଳାମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରେ ପ୍ରାୟ ୨୦୦ ମହିଳା  ଏକତ୍ରିତ ହୋଇ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରିଥିଲେ।