ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ବୀରଚକ୍ରରେ ସମ୍ମାନୀତ ସହିଦ ନୁଦୁରାମ ସୋରେନଙ୍କ ପତ୍ନୀଙ୍କୁ ସ୍ୱତନ୍ତ୍ର ସମ୍ମାନ

ବାରିପଦା: ଆଜି ବାରିପଦାର ସହୀଦ ସ୍ମୃତି ଭବନରେ ୪୮ତମ ଆର୍ନ୍ତଜାତିକ ମହିଳା ଦିବସ ପାଳିତ ହୋଇ ଯାଇଛି । ଜାତୀୟ ସ୍ତରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା ଫାଉଣ୍ଡେସନ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବାର ଜଣା ପଡିଛି ।

ମା ଫାଉଣ୍ଡେସନର ସଭାପତି ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଲୋକସଭା ସାଂସଦ ଇଂ. ବିଶେଶ୍ୱର ଟୁଡୁ ଯୋଗ ଦେଇଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ମୟୂରଭଞ୍ଜ ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ଯୋଗ ଦେଇ ଥିବାର ଜଣା ପଡିଛି ।

ମୁଖ୍ୟବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ତଥା ସମାଜସେବୀ ସୁରମା ପାଢ଼ୀ, ମୟୂରଭଞ୍ଜ ଜିଲ୍ଲା ପରିଷଦ ସଭାପତି ସୁଜାତା ମୁର୍ମୁ, ଉଦଳା ବିଧାୟକ ଭାସ୍କର ଚନ୍ଦ୍ର ମଢ଼େଇ, ବଡସାହି ବିଧାୟକ ସନାତନ ବିଜୁଳି, ସାରସକଣା ବିଧାୟକ ଡା. ବୁଢ଼ାନ ମୁର୍ମୁ, ମୟୂରଭଞ୍ଜ ଭାରଉତ୍ତୋଳନ ସଂଘର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ମହାପାତ୍ର, ପଦ୍ମମାଳି ସଭାପତି ପ୍ରଫେସର ସଂଯୁକ୍ତା ଜୀ, ମହିଳା ଜ୍ୟୋର୍ତିର୍ବିଦ କୁମାରିକା ସାମଲ, ଶୋଭାବତୀ ଓତା, ପ୍ରମିଳା ପଣ୍ଡା, ସୁମନ ସିଂ, ସରୋଜିନୀ କିସ୍କୁ, କୌଶଲ୍ୟା ନାଏକ, ବେତନଟୀ ବ୍ଲକ ଉପାଧ୍ୟକ୍ଷା ଅମ୍ବିକା ବାରିକ ପ୍ରମୁଖ ମଞ୍ଚାସୀନ ଥିଲେ ।

ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କର କାର୍ଯ୍ୟ, ଯୋଗଦାନ, ସଫଳତା, ପାରଦର୍ଶିତାକୁ ଚର୍ଚ୍ଚା କରାଯାଉଛି । ତୁଳନାତ୍ମକ ଭାବେ ଦେଖା ଗଲେ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନରେ ମହିଳାମାନେ ପୁରୁଷମାନଙ୍କୁ ମଧ୍ୟ ପଛରେ ପକାଇ ଦେଇ ସାରିଲେଣି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳାମାନଙ୍କୁ ସମ୍ମାନୀତ କରାଯାଇଛି।

ମୟୂରଭଞ୍ଜକୁ ସାରା ଭାରତବର୍ଷରେ ଗୌରବ୍ୱାନୀତ କରିଥିବା ଜିଲ୍ଲାର ବୀରପୁତ୍ର, ଗତ ଜନରାଜ୍ୟ ଦିବସରେ ବୀରଚକ୍ରରେ ସମ୍ମାନୀତ ସହୀଦ ନାଏବ ସୁବେଦାର ନୁଦୁରାମ ସୋରେନଙ୍କ ଧର୍ମପତ୍ନୀ ଲକ୍ଷ୍ମୀମଣି ସୋରେନଙ୍କୁ ସଭା ମଞ୍ଚରେ ସମ୍ମାନୀତ କରା ଯାଇଥିଲା । ମହିଳାମାନଙ୍କ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ, ପ୍ରତିକ୍ରିୟାଶୀଳ ସାମ୍ବାଦିକତା ଓ ନିରପେକ୍ଷ ଖବର ପ୍ରକାଶ ପାଇଁ ‘ସମ୍ବାଦ’ର ବାଲେଶ୍ୱର ସାମ୍ବାଦିକା କବିତା ପାତ୍ର, ଉଦଳାର ସାମ୍ବାଦିକା ପ୍ରମିଳା ପଣ୍ଡା, ମୟୂରଭଞ୍ଜ ଜିଲ୍ଲା ସମ୍ବାଦ ପ୍ରତିନିଧି ରାଜକିଶୋର ଦାଶ, ରାଇରଙ୍ଗପୁର ସମ୍ବାଦ ପ୍ରତିନିଧି ତୁଷାରକାନ୍ତ ମହାନ୍ତ, ଜିଲ୍ଲା ସାମ୍ବାଦିକ ରଞ୍ଜନ ଦାଶ, କନକ ନିଉଜ୍ ଜିଲ୍ଲା ପ୍ରତିନିଧି ଦୋଳଗୋବିନ୍ଦ ବାରିକ, ଓଜେୟୁର ରାଜ୍ୟ ଉପସଭାପତି ଦୀପକ କୁମାର ନାୟକ, ବିଶ୍ୱଜିତ ଭୂୟାଁ, ସୁବ୍ରତ ଦାସ ପ୍ରମୁଖଙ୍କୁ ସଭା ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା।

ସେହିପରି ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବୀଣା ଦାଶ, ସଂଯୁକ୍ତା ଜୀ, ବୈଷୟିକ ଶିକ୍ଷା ପାଇଁ କ୍ଷୀରମଣୀ ମହାନ୍ତ, ଖେଳକୁଦରେ ଉଲ୍ଲେଖନୀୟ ଅବଦାନ ପାଇଁ ଜୁନିଅର ଅଲମ୍ପିଆଡ ସ୍ନେହା ସୋରେନ, ସମାଜସେବା ଓ କରୋନା ସଚେତନା ପାଇଁ ସମାଜସେବୀ ଛୋଟଲାଲ ମହାନ୍ତ, ପଦ୍ମମାଳି ସମ୍ପାଦିକା ପ୍ରଭାତୀ ମହାନ୍ତି, ବିନୋଦିନୀ ମହାନ୍ତ, ମିନାକ୍ଷି ପରିଡା, ସୋହାନା ଖାତୁନ, ମଧୁସ୍ମିତା କୁଅଁରବାବୁ, କଳା କ୍ଷେତ୍ରରେ ଶାସ୍ତ୍ରୀୟ ନୃତ୍ୟ ବିଶାରଦ ଶୁଭସ୍ମିତା ସେନାପତି, ଝୁମର ବିଶାରଦ ବିନ୍ଦୁ ମହାନ୍ତ, ଛଉ ନୃତ୍ୟ କଳାକାର ସୁମନ ବିନ୍ଧାଣୀ, ବନରୁପା ମହାନ୍ତି, କରୋନା ଯୋଦ୍ଧା ଭାବେ ଷ୍ଟାଫ ନର୍ସ ସୁଭଦ୍ରା ଗାଆଣ, ସାହିତ୍ୟ କ୍ଷେତ୍ରରେ ସବିତା ମହାନ୍ତି, ଜୟନ୍ତୀ ଖଟୁଆ, ଗୀତାଞ୍ଜଳୀ ଭୂୟାଁ, କୃଷି କ୍ଷେତ୍ରରେ ପଙ୍କଜିନୀ ମହାନ୍ତ, ବାଉଁଶ କାରିଗରି ପାଇଁ ତିଳୋତ୍ତମା ମହାନ୍ତ ପ୍ରମୁଖଙ୍କୁ ସମ୍ମାନୀତ କରାଯିବ ବୋଲି ଜଣାପଡିଛି।

ପଦ୍ମମାଳିର ହରପ୍ରିୟା ଦାସ ଲକି ଡ୍ରରେ ପ୍ରଥମ ପୁରସ୍କାର ହାସଲ କରି ଥିବାର ଜଣାପଡିଛି । ସଭା ମଞ୍ଚରେ ଜଣେ କ୍ୟାନସର ରୋଗୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।

କାର୍ଯ୍ୟକ୍ରମ ଆୟୋଜନରେ ୩୬ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ବ୍ରଜମୋହନ ବେହେରା, ପ୍ରଦୀପ କୁମାର ମହାନ୍ତି, ପାମେଲା ଜେନା, ରଶ୍ମିତା ଦାସ, ହରପ୍ରିୟା ଦାସ, ରାଧାପ୍ରିୟା ଦାସ, ମାଳତୀ ମଞ୍ଜରୀ ଦାସ, ଚିନ୍ମୟୀ ପଣ୍ଡା, ମିନତୀ ସାହୁ, ମମତା ଆଚାର୍ଯ୍ୟ, ସତ୍ୟବ୍ରତ ଜେନା, କ୍ୟାପଟେନ ଅଶୋକ ଦାସ, ବଂଶୀଧର ସାହୁ, ଗତିକୃଷ୍ଣ ମହାନ୍ତ, ଅଜୟ କୁମାର କର, ସୁରେନ୍ଦ୍ର କୁମାର ଲେଙ୍କା, ଦେବାନନ୍ଦ ମୁର୍ମୁ, ଦୀନେଶ ଦାସ, ପ୍ରବୀଣ କୁମାର ପାତ୍ର, ଦେବବ୍ରତ ସାମଲ, ପାୟଲ ରାୟ, ସାବିତ୍ରୀ ରାଉତ, ହେମଲତା ଦାସ ପ୍ରମୁଖ ସକ୍ରିୟ ସହଯୋଗ କରି ଥିଲେ ।

ବେତନଟୀ ବ୍ଲକ ସାମ୍ବାଦିକ ସଂଘର ସଭାପତି ରଞ୍ଜନ କୁମାର ମହାନ୍ତି ସଭାମଞ୍ଚ ପରିଚାଳନା କରି ଥିଲେ । ଏହି କାର୍ଯ୍ୟକ୍ରମରେ ଅଗ୍ରଣୀ ମହିଳା ସଂଗଠନ ପଦ୍ମମାଳି, ମିଲନଦେବୀ ଏଜୁକେସନାଲ ଟ୍ରଷ୍ଟ ଓ ଅନ୍ୟମାନେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର