ଘୁ. ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଲିଙ୍ଗାଗଡ ଗ୍ରାମ ପଞ୍ଚାଯତର କନଫେରେନ୍କେ ହଲ ଠାରେ ମାଧ୍ୟମ ଫାଉଣ୍ଡେସନ ଦ୍ଵାରା ଅନ୍ତର୍ଜାତୀୟ ମହିଳା ଦିବସ ସ୍ଥାନୀୟ ମହିଳାମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ଫେଡେରେସନ ମିସନଶକ୍ତି ସଭାପତି କୁମୁଦିନି ଦିଗାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଅବଲାକର ପ୍ରଧାନ ମୁଖ୍ୟ ବକ୍ତା ଓ ମାଧ୍ୟମ ଫାଉଣ୍ଡେସନର ପ୍ରକଳ୍ପ ସଂଯୋଜକ ନାଗେଶ୍ଵର ପାତ୍ର ଯୋଗଦେଇଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ସରପଞ୍ଚ ଶ୍ରୀ ପ୍ରଧାନ ସ୍ଥାନୀୟ ଅଞ୍ଚଳରେ ମହିଳାଙ୍କ ଉପରେ ଘଟୁଥିବା ବିଭିନ୍ନ ଅତ୍ୟାଚାର, ଅନୀତି, ଏହାର କୁପ୍ରଭାବରେ ସମାଜ କିପରି ପ୍ରଭାବିତ ହେଉଛି ଓ କିପରି ଏହାର ସମାଧାନ ହୋଇପାରିବ ତା ଉପରେ ଆଲୋକପାତ କରିଥିଲେ। ଶ୍ରୀମତୀ ଦିଗାଳ ମହିଳାମାନେ କଣ କଲେ ସ୍ଵାବଲମ୍ବି ହୋଇ ପାରିବେ ଓ ସମାଜରେ ହେଉଥିବା ନାରୀଙ୍କ ପ୍ରତି ଅସମାନତାରୁ କିପରି ମୁକୁଳିବେ ଓ ମୁଖ୍ୟ ସ୍ରୋତକୁ ଫେରିବେ ଆଲୋକପାତ କରିଥିବା ବେଳେ ନାଗେଶ୍ଵର ପାତ୍ର ମହିଳାଙ୍କ ପାଇଁ ଥିବା ବିଭିନ୍ନ ଅଧିକାର ଉପରେ ବକ୍ତବ୍ୟ ରଖିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ବହୁମାତ୍ରାରେ ମହିଳାମାନେ ଯୋଗଦେଇଥିବା ବେଳେ ପ୍ରଭାତ କୁମାର ଭୋଇ ପରିଚାଳନ କରିଥିଲେ। ନିରାକାର ଦିଗାଳ, ସାନୁଜ ପ୍ରଧାନ, ସୁନୀଲ କୁମାର ସାହୁ, ରାଜକୁମାର ପ୍ରଧାନ, ବିରାଜ ମୁଖି, ଆରାଧନା ନାୟକ, ସଳିତା ନାୟକ ଓ ସୁରମା ନାୟକ ସାହଯୋଗ କରିଥିଲେ।