ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଖୋର୍ଦ୍ଧା: ୮ମ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ଆଜି ଖୋର୍ଦ୍ଧାର ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ପକ୍ଷରୁ ସାମୂହିକ ଯୋଗ ପ୍ରଶିକ୍ଷଣ ଓ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଟ୍ରିପଲ୍ ଏ ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ନିର୍ଦେଶକ ଡଃ. ନନ୍ଦକିଶୋର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଅଧ୍ୟକ୍ଷା ଦିପ୍ତିମୟୀ ମହାନ୍ତି, ଏଏଓ ଚିତ୍ତରଞ୍ଜନ ପଟ୍ଟନାୟକ ଅତିଥି ଭାବେ ଉପସ୍ଥିତ ଥିଲେ। ଛାତ୍ର ଅମିତ କୁମାର ସାହୁ, କୌଶିକ କିରଣ ଶତପଥୀଙ୍କ ସଂଯୋଜନାରେ ଛାତ୍ରଛାତ୍ରୀ ମାନେ ସୂର୍ଯ୍ୟନମସ୍କାର, ବିଭିନ୍ନ ଯୋଗାସନ ସାଧନ କରିଥିଲେ। ହଳଦିପଦା ପଞ୍ଚାୟତ ହାଇସ୍କୁଲରେ ଅନୁଷ୍ଠିତ ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଗୁରୁ ଲଳିତ ସ୍ୱାଇଁ ଓ ଭ୍ରମରବର ପ୍ରଧାନ ଯୋଗ ଦେଇଥିଲେ। ବୌଦ୍ଧିକ, ଶାରୀରିକ ବିକାଶ ପାଇଁ ଯୋଗର ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ଯୋଗଦ୍ୱାରା ମନ ସ୍ଥିର ଓ ଶାନ୍ତ ରୁହେ, ଫଳରେ ଦ୍ୱନ୍ଦ୍ୱ, ହିଂସା, ପ୍ରତିଶୋଧ ଭଳି ନକାରାତ୍ମକ ଗୁଣ ହ୍ରାସ ପାଏ ବୋଲି କହି ପ୍ରତି ବ୍ୟକ୍ତି ନିୟମିତ ଯୋଗାଭ୍ୟାସ କରିବା ଉଚିତ ବୋଲି କହିଥିଲେ। ଏହି ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ସ୍କୁଲର ପ୍ରାଥମିକ ଓ ମାଧ୍ୟମିକ ସ୍ତରର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ଓ କର୍ମଚାରୀ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷକ ସୁଧାକର ମହାପାତ୍ରଙ୍କ ନେତୃତ୍ୱରେ ସହକାରୀ ସଂସ୍କୃତ ଶିକ୍ଷକ ବାସୁଦେବ ସାହୁ, ସୀମାଞ୍ଚଳ ମହାନ୍ତି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଶ୍ରୀରାମ ନଗର ପତଞ୍ଜଳୀ ଯୋଗ ସମିତି ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଗୁରୁ ଜ୍ୟୋତିରଞ୍ଜନ ସାହୁଙ୍କ ସଂଯୋଜନାରେ ଯୋଗାଭ୍ୟାସ ହୋଇଥିଲା।

Sambad

ଏଥିରେ ଖୋର୍ଦ୍ଧା ସହରର ଅନ୍ୟ ଯୋଗକେନ୍ଦ୍ର-ମା’ ମଙ୍ଗଳା ଯୋଗକେନ୍ଦ୍ର, ସାମନ୍ତରାପୁର ଯୋଗକେନ୍ଦ୍ର, ମାତୃଶକ୍ତି ଯୋଗକେନ୍ଦ୍ର, ପଲ୍ଲା ଯୋଗକେନ୍ଦ୍ର, ମହିଳା ମହାବିଦ୍ୟାଳୟ ଯୋଗ କେନ୍ଦ୍ର, ଜିଲ୍ଲାପାଳ କାର୍ଯ୍ୟାଳୟ ଯୋଗକେନ୍ଦ୍ରର ସଦସ୍ୟମାନେ ଯୋଗ ଦେଇଥିଲେ। ଯୋଗକେନ୍ଦ୍ର ପରିଚାଳକ ଲଳିତ ସ୍ୱାଇଁ, ଭ୍ରମରବର ପ୍ରଧାନ, ବିଜୟ କୁମାର ମହାନ୍ତି, ଦିଲିପ ମହାନ୍ତି, ଇତିଶ୍ରୀ ସାହୁ ପ୍ରମୁଖ ଯୋଗାଭ୍ୟାସ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଖୋର୍ଦ୍ଧା ଗୋଡ଼ିପଡ଼ା ସ୍ଥିତ ଈଶ୍ୱରୀୟ ବ୍ରହ୍ମକୁମାରିସ ସେବାକେନ୍ଦ୍ର ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସେବାକେନ୍ଦ୍ରର ସଞ୍ଚାଳିକା ବିକେ ଅନୁରାଧା ଅଧ୍ୟକ୍ଷତା କରିଥିଲେ। ଏମସ ଭୁବନେଶ୍ୱରର ପୁର୍ବତନ ନିର୍ଦେଶକ ଅଶୋକ କୁମାର ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଲୋହିତ ନାରାୟଣ ମହାପାତ୍ର ଯୋଗର ଉପକାରିତା ସମ୍ପର୍କରେ କହିଥିଲେ। ଆଖପାଖର ସେବାକେନ୍ଦ୍ରର ପ୍ରାୟ ୧୦୦ଜଣ ସଦସ୍ୟ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ବିକେ ପ୍ରଦୀପ, ନୃସିଂହ, ଜୟକୃଷ୍ଣ ପ୍ରମୁଖ ପରିଚାଳନା କରିଥିଲେ। ଖୋର୍ଦ୍ଧା ଉପକାରାଗାରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜେଲ୍ ଅଧୀକ୍ଷକ କୃଷ୍ଣଚନ୍ଦ୍ର ରାଉତରାୟ ଅଧ୍ୟକ୍ଷତା କରିଥିଲେ। ଖୋର୍ଦ୍ଧା ବ୍ରହ୍ମକୁମାରିସ ସେବାକେନ୍ଦ୍ରର ସଞ୍ଚାଳିକା ଅନୁରାଧା ଅତିଥି ଭାବେ ଯୋଗ ଦେଇ ରାଜଯୋଗ ସମ୍ପର୍କରେ ଜେଲର ଅନ୍ତେବାସୀଙ୍କୁ ବୁଝାଇଥିଲେ। ବିକେ ଜୟକୃଷ୍ଣଙ୍କ ସଂଯୋଜନାରେ ଅନ୍ତେବାସୀମାନେ ଯୋଗାଭ୍ୟାସ କରିଥିଲେ।

ସମ୍ବନ୍ଧିତ ଖବର