ସପ୍ତମ ଓଡିଶା ବାଟାଲିଅନ ଏନସିସି ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ

ଭଦ୍ରକ: ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ସପ୍ତମ ଓଡିଶା ବାଟାଲିଅନ ଏନସିସି ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ଆଜି ସକାଳେ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାର ୧୧ଟି କଲେଜ ଓ ୨୦ ଟି ହାଇସ୍କୁଲର ପ୍ରାୟ ୧ ହଜାରୁ ଅଧିକ ଏନସିସି କ୍ୟାଡ଼େଟ୍‌ସ ଭାଗ ନେଇ ଯୋଗ ପ୍ରଦର୍ଶନ କରିବା ସହ ଯୋଗ ଶିକ୍ଷା ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସପ୍ତମ ଓଡ଼ିଶା ବାଟାଲିଅନର କମାଣ୍ଡିଙ୍ଗ ଅଫିସର କର୍ଣ୍ଣଲ କେ.ସାନ୍ତା ସିଂହ ଉଦଘାଟନ କରି ବିଶ୍ୱ ଯୋଗ ଦିବସର ଆଭିମୁକ୍ଷ ଓ ମହତ୍ୱ ବିଷୟରେ ଅବଧାରଣା ଦେଇଥିଲେ।

Sambad

ଏହାପରେ ରବିନାରାୟଣ ପଣ୍ଡାଙ୍କ ପରିଚାଳନାରେ ଯୋଗ ଶିକ୍ଷକ ସଶାଙ୍କ ଶେଖର ସାମଲ ଓ ଯୋଗ ପ୍ରଶିକ୍ଷକ ସୁରେନ୍ଦ୍ର ଦାସ କ୍ୟାଡ଼େଟ୍‌ସ ମାନଙ୍କୁ ଯୋଗ ଶିକ୍ଷା ସହ ଭିନ୍ନ ଭିନ୍ନ ଯୋଗର ଉପକାରୀତା ସମ୍ୱନ୍ଧରେ ବିସ୍ତୃତ ଧାରଣା ଦେଇଥିଲେ। ଉକ୍ତ ଯୋଗ କାର୍ଯ୍ୟକ୍ରମକୁ ଏନସିସି ଅଫିସର, ଡ଼ଃ. ପରେଶ ଦାସ, ଡଃ. ବିଦ୍ୟୁତ ଦାସ, ଏମ ଏ ଖାନ, ଶଷୀଶେଖର କରଶର୍ମା, କମାଲ ଉଦ୍ଦିନ ଆଲାମ, ସଚିକାନ୍ତ ପଣ୍ଡା, ସୀତାକାନ୍ତ ନାୟକ, ଖଗେଶ୍ୱର ରାଉତ ଓ ଅଫିସର ଦୁର୍ଗା ଶଙ୍କର ଦାସ ପରିଚାଳନା କରିଥିବା ବେଳେ ୮ ଜଣ ଜେସିଓ ଓ ୧୨ ଜଣ ଏନସିଓ ଯୋଗ ଦେଇଥିଲେ। ଶେଷରେ ଲେଫ୍ଟଟାଣ୍ଟ ଉଦୟ ରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର