ଘୁ ଉଦୟଗିରି: ଆଜିକାଲି ଇଣ୍ଟରନେଟ ନ ହେଲେ କିଛି କାମ ହେଉନାହିଁ। ସେଥିପାଇଁ ସରକାର ଡିଜିଟାଲ ଇଣ୍ଡିଆ କରିବା ପାଇଁ ପ୍ରୟାସ କରୁଛନ୍ତି। ଉତ୍ତମ ସେବା ଯୋଗାଇବା ପାଇଁ ବିଭିନ୍ନ ପ୍ରକାର ସୁବିଧା ମଧ୍ୟ ଇଣ୍ଟରନେଟ କମ୍ପାନି ଗୁଡ଼ିକ ଯୋଗେଇ ଦେଉଛନ୍ତି। ତେବେ ଇଣ୍ଟରନେଟ ନ ହେଲେ ସରକାରୀ କାର୍ଯ୍ୟ କିମ୍ବା ଅନ୍ୟ କୌଣସି କାମ ହୋଇପାରୁନାହିଁ। ସବୁ ପରିସ୍ଥିତିରେ ଇଣ୍ଟରନେଟ ଆବଶ୍ୟକ। ଆଜିକାଲି ସବୁ ମୋବାଇଲରେ ଇଣ୍ଟରନେଟ ସୁବିଧା ରହିଛି ଓ ଏହାକୁ ସମସ୍ତେ ପ୍ରାଧାନ୍ୟ ଦେଇଛନ୍ତି।

Advertisment

ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଲକ କାର୍ଯ୍ୟାଳୟରେ ଦୀର୍ଘ ଏକ ସପ୍ତାହ ହେବ ଇଣ୍ଟରନେଟ ସେବା ନାହି।। ଉନ୍ନୟନ କାର୍ଯ୍ୟ ସାଙ୍ଗକୁ ସମସ୍ତ ସରକାରୀ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେଉଛି। ଏହାସହ ସାଧାରଣ ଲୋକଙ୍କୁ ସରକାରୀ ସେବା ଯୋଗେଇବାରେ ପ୍ରତିବନ୍ଧକ ସାଜିଛି। ଅନଲାଇନ୍‌ କାର୍ଯ୍ୟ ହେଉଥିବା ସରକାରୀ କାର୍ଯ୍ୟ ଠପ୍ ହେଉଥିବା ବେଳେ ଏପରି ସମିତି କାର୍ଯ୍ୟଳୟ ମଧ୍ୟରେ କାର୍ଯ୍ୟ ହେଲେ କେମିତି ଉନ୍ନୟନ ମୂଳକ କାର୍ଯ୍ୟ ହେବ ତାହା ଅନୁମାନ କରିହେଉଛି ଏହି ଘଟଣାରୁ। ବିକାଶ ମୂଳକ କାର୍ଯ୍ୟ କରି ମଧ୍ୟ ବିଲ୍ ପାସ୍ ହେଉ ନାହି କିମ୍ବା ଡାଟା ଅପଲୋଡ଼ ହେଉନାହିଁ। ଟଙ୍କା ଦେଣନେଣ କାରବାର ଅନଲାଇନ ମାଧ୍ୟମରେ ହେଉଥିବା ବେଳେ ଦୀର୍ଘ୍ ଦିନ ଯଦି ଇଣ୍ଟରନେଟ ସେବା ବ୍ଲକରେ ନ ରହିବ ତାହା ହେଲେ କେମିତି କାମ ହେଉଥିବ ତାହା ଚିନ୍ତାର ବିଷୟ ।ତେବେ  କେଉଁ ପରିସ୍ଥିତିରେ ଇଣ୍ଟରନେଟ ସେବା ବନ୍ଦ୍ କରାଯାଇଛି ତାହା ପ୍ରଶ୍ନବାଚୀ ଅଟେ, ଯାହା ଫଳରେ ଉନ୍ନୟନ ମୂଳକ କାର୍ଯ୍ୟ ବାଧା ପ୍ରାପ୍ତ ହେଉଛି। ଏହି ବିଷୟରେ ଆମେ ସ୍ଥାନୀୟ ବିଡିଓ ମନୋଜ କୁମାର ଦେବତାଙ୍କ ସହ ମୋବାଇଲ ଯୋଗେ ଯୋଗାଯୋଗ କଲୁ ମୋବାଇଲ ରିଂଗ ହୋଇ କଟିଗଲା ହେଲେ ସେ ରିସିଭ କଲେ ନାହିଁ ।