ରାଉରକେଲା: ରାଉରକେଲା ସ୍ବୟଂଶାସିତ ମହାବିଦ୍ୟାଳୟ ପଡ଼ିଆରେ ଚାଲିଥିବା ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ପ୍ରକାଶଥାଉକି, ଗତ ୪ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ପାନପୋଷ ଉପଖଣ୍ଡର ବିଭିନ୍ନ ମହାବିଦ୍ୟାଳୟର ପ୍ରାୟ ୧୭୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। ଏଥିରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ଖୋ ଖୋ, କବାଡ଼ି, ଭଲିବଲ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ୧୦୦ ମିଟର, ୨୦୦ ମିଟର ଏବଂ ୪୦୦ ମିଟର ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ସ୍ବତନ୍ତ୍ର ଅତିଥି ଉଚ୍ଚ ଶିକ୍ଷା ବିଭାଗ, ସମ୍ବଲପୁରର ଆଞ୍ଚଳିକ ନିର୍ଦ୍ଦେଶକ ଡ.ପ୍ରଭାବତୀ ଗୁରୁ, ଆଞ୍ଚଳିକ ଉପ ନିର୍ଦ୍ଦେଶକ ଡ. ଜିତେନ୍ଦ୍ର ସାହୁ, ପାନପୋଷ ଡେପୁଟି କଲେକ୍ଟର ଏମ.ଏସ. ଚାନ୍ଦିନୀ, ପାନପୋଷ କ୍ରୀଡ଼ା ଛାତ୍ରାବାସର ପ୍ରଥମ କୋଚ୍ ସିଲଭେଷ୍ଟର ଟପ୍ପୋ, ସରକାରୀ ସ୍ବୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ବିଜୟ ବେହେରା ପ୍ରମୁଖ ଯୋଗ ବିଭିନ୍ନ କୃତି ପ୍ରତିଯୋଗୀଙ୍କୁ ଟ୍ରଫି, ମେଡାଲ, ମାନପତ୍ର ସମେତ ଅର୍ଥରାଶି ପ୍ରଦାନ କରିଥିଲେ। ସଫଳ କ୍ରୀଡ଼ା ପରିଚାଳନା କରିଥିବାରୁ ମ୍ୟୁନିସିପାଲ କଲେଜର କ୍ୟାପଟେନ ଏସ.ଏନ. ଏନ ରାଉତ, ଏନ୍ଆଇଟି ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଅଜୟ ରାଉତ, ହୃଷିକେଶ ରାୟ କଲେଜର କ୍ରୀଡ଼ା ଶିକ୍ଷକ ସତ୍ୟ ରଞ୍ଜନ ପଣ୍ଡା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧ୍ୟାପକ ପ୍ରଦୀପ ଖେସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।