ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ସେବା ସମବାୟ ସମିତିରେ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଧାମନଗର ସେବା ସମବାୟ ସମିତିର ସଭ୍ୟମାନଙ୍କର ଭଦ୍ରକ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ସୂଚନା ଅନୁଯାଇ ଧାମନଗର ସେବା ସମବାୟ ସମିତିରେ ଭାରପ୍ରାପ୍ତ ସମ୍ପାଦକଙ୍କ ଦ୍ୱାରା ଜାଲିଆତି ଭାବେ କୃଷି ଋଣ ପ୍ରଦାନର ଅହେତୁକ ବିଳମ୍ବ, ସମବାୟ ସମିତିରେ ତାଙ୍କର ବେଆଇନ ନିଯୁକ୍ତିର ତଦନ୍ତ ଓ ବହିଷ୍କାର, ଜମି ନଥିବା ଲୋକଙ୍କୁ ଚଞ୍ଚକତାର ସହ ଅତ୍ୟଧିକ କୃଷି ଋଣ ପ୍ରଦାନ, ସମିତିରେ କାର୍ଯ୍ୟରତ ଅନ୍ୟ କର୍ମଚାରୀମାନଙ୍କର ଉତ୍କୋଚ ପ୍ରତିବଦଳରେ ବିଭିନ୍ନ କାର୍ଯ୍ୟର ବିଧିବଦ୍ଧ ତଦନ୍ତ ଦାବିକରି ସମିତିର ସଭ୍ୟମାନେ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଜିଲ୍ଲା ସହକାରୀ ନିବଦ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଇଛନ୍ତି ଧାରଣା। ତେବେ ବର୍ତ୍ତମାନ ତଦନ୍ତ ଚାଲିଛି। ଯାହାବି ପ୍ରମାଣିତ ହେବ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବନେଇ ସୂଚନା ଦେଇଛନ୍ତି ଭଦ୍ରକ ସହକାରୀ ନିବନ୍ଧକ।
ସେବା ସମବାୟ ସମିତିରେ ଦୁର୍ନୀତିର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା
/sambad/media/post_attachments/wp-content/uploads/2022/05/485b233a-bdb8-499b-94e3-410693a55ddc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)