ଜଗତସିଂହପୁର: ଏଲ୍ଆଣ୍ତଟି ମୋଡୁଲାର ଫାବ୍ରିକେସନ ଫାସିଲିଟି ଦ୍ବାରା ନିର୍ମିତ ସୁପର କ୍ରିଟିକାଲ୍ ଓଭର ଡାଇମେନସନ୍ କନସାଇନ୍ମେଣ୍ଟ୍ (ଓଡିସି) ଗତକାଲି ପାରାଦୀପ ଇଣ୍ଟରନେସନାଲ କାର୍ଗୋ ଟର୍ମିନାଲରେ ପହଁଚିଛି। ଏହି କନସାଇନମେଣ୍ଟ୍ ୧୯ରେ ଆଦାନୀ ବନ୍ଦରରୁ ବାହାରିଥିଲା ଓ ୪ରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଇଣ୍ତିଆନ୍ ଅଏଲ ଅଧ୍ୟକ୍ଷ ଏସ୍ଏମ୍ ବୈଦ୍ୟ, ଏଲ୍ଆଣ୍ତଟି ସିଇଓ ଏସ୍ଏନ୍ ସୁବ୍ରମନ୍ୟମ୍, ପାରାଦୀପ ତୈଳ ବିଶୋଧନାଗାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଟିଡିଭିଏସ୍ ଗୋପାଳକ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ। ଏହି ସୁପର କ୍ରିଟିକାଲ ଓଡିସିର ପରିବହନ ଓଜନ ୩,୫୨୨ ମେଟ୍ରିକ୍ ଟନ୍ ଏବଂ ଏଥିସହ ଇଓ ରିଆକ୍ଟର ରହିଛି। ଏହାର ଲମ୍ବ ୯୬ ମିଟର ଏବଂ ଓଜନ ୧ ହଜାର ୭୫ ମେଟ୍ରିକ୍ ଟନ୍ ରହିଛି।
ଆସନ୍ତା ଦୁଇମାସ ମଧ୍ୟରେ ସିଙ୍ଗାପୁରରୁ ୨ ହଜାର ମେଟ୍ରିକ୍ ଟନ୍ ମାମୁଟ କ୍ରେନ୍ ସହିତ ଏହି ୩ଟି ଯନ୍ତ୍ର ନିର୍ମାଣ କରାଯିବ। ଏମ୍ଇଜି ପ୍ରକଳ୍ପ ଅଗ୍ରଗତି ପାଇଁ ଓଡିସି ଏକ ପ୍ରମୁଖ ମାଇଲଖୁଣ୍ଟ। ଆତ୍ମନିର୍ଭର ଭାରତର ଆତ୍ମା ସହିତ ଏମ୍ଇଜି ପ୍ରକଳ୍ପ ପାରାଦୀପକୁ ପେଟ୍ରୋଲିୟମ୍ ବୟନଶିଳ୍ପ ଏବଂ ପେଟ୍ରୋକେମିକାଲ୍ ଭିତ୍ତିକ ଶିଳ୍ପର ହବ୍ ଭାବରେ ପ୍ରତିଷ୍ଠା କରିବା ଏବଂ ଓଡ଼ିଶାର ବିକାଶ ପାଇଁ ସୁଯୋଗ ଖୋଲିବାରେ ଏକ ଶକ୍ତି ଭାବରେ କାର୍ଯ୍ୟ କରିବ ବୋଲି ଆଇଓସିଏଲ ପାରାଦୀପ ତୈଳ ବିଶୋଧନାଗାର ପକ୍ଷରୁ ଏକ ପେସ୍ ବିଜ୍ଞପ୍ତିରୁ ପ୍ରକାଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/iocl_6.jpg)