ଭିଡିଓ: ଜଳିଗଲା ଲୁହାପଥର ବୋଝେଇ ଟ୍ରକ୍‌

ଦାନଗଦୀ: ଯାଜପୁର ଜିଲ୍ଲାଦାନଗଦୀ ବଜାର ସୋଲେଇ ଛକଠାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ନମ୍ବର ଓଡି-୧୬ଇ-୦୯୯୬ରେ ଆଜି ପୂର୍ବାହ୍ଣ ୧୦ଟା ବେଳେ ହଠାତ୍‌ ନିଆଁ ଲାଗିଯାଇଥିଲା। ବ୍ୟାଟେରିରୁ ସଟ୍‌ସର୍କିଟ ଯୋଗୁଁ ଟ୍ରକ୍‌ରେ ନିଆଁ ଲାଗିଯାଇଥିଲା। ଦାନଗଦୀ ଅଞ୍ଚଳର ଗତିପ୍ରସାଦ ଦାସଙ୍କ ଟ୍ରକ୍‌ଟି ଟେନସାରୁ ଲୁହାପଥର ବୋଝେଇ କରି ପାରାଦୀପ ଯାଉଥିବା ବେଳେ ଦାନଗଦୀରେ ଗାଡ଼ି ରଖି ଚାଳକ ମାଲିକଙ୍କୁ ଦେଖାକରିବାକୁ ଯାଇଥିଲେ। ଏହି ସମୟରେ ଆକସ୍ମିକ ଭାବେ ଟ୍ରକ୍‌ରେ ନିଆଁ ଲାଗିଯାଇଥିଲା। ଦାନଗଦୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

 

ସମ୍ବନ୍ଧିତ ଖବର