ଜଙ୍ଗଲରୁ ୫୦ ଟନ୍‌ ଲୁହାପଥର ଜବତ

କେନ୍ଦୁଝର: ବଡ଼ବିଲ ପୁଲିସ ୩ଟି ୧୨ ଚକିଆ ଟ୍ରକ୍‌ ଜବତ କରି ୬ଜଣଙ୍କୁ ଗିରଫ କରିଥିବାବେଳେ ଆଜି ବନ ବିଭାଗ ଓ ଖଣି ବିଭାଗ ମିଳିତଭାବେ ଚଢ଼ଉ କରି ବଡ଼ବିଲ ରେଞ୍ଜ ବଲାଣି ବିଟ୍ ଡୁମରତା ଅଞ୍ଚଳରୁ ୫୦ ଟନ୍‌ ଲୁହାପଥର ଜବତ କରିଛନ୍ତି। ଏହି ସ୍ଥାନରୁ ନିୟମିତ ମାଫିଆମାନେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଲୁହାପଥର ବସ୍ତାରେ ପୂରାଇ ରାତିରେ ଛୋଟଛୋଟ ଗାଡ଼ିରେ ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିଲେ। ଆଜିର ଚଢ଼ଉରେ ଏସିଏଫ୍ ଅଜୟ କୁମାର ସାହୁ, ବଡ଼ବିଲ ରେଞ୍ଜର ସୁରଜିତ କୁମାର ସାହୁ, ବଡ଼ବିଲ ଫରେଷ୍ଟର ଦାଶରଥୀ ଗିରି, ବଲାଣି ଫରେଷ୍ଟ ଗାର୍ଡ ମଳୟ ଜେନା, ହରମଠ ଫରେଷ୍ଟ ଗାର୍ଡ ଦେବଯାନୀ ମହାନ୍ତ, ଜୁନିଅର ମାଇନିଂ ଅଫିସର ଏସ୍‌.କେ. ରାଉତ, କଳାକର ବେହେରା, ଦିଲୀପ ମାହାନା, କର୍ମଚାରୀ ଦୁଃଖିଆ ମାଝୀ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର