ମଣ୍ଡିରେ ଧାନ କିଣା ଅନିୟମିତତାକୁ ବିରୋଧ କରି କଂଗ୍ରେସ ଜିଲ୍ଲାଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲା

ଜୟପୁର: ମଣ୍ଡିରେ ଧାନ କିଣାରେ ନେଇ ଅନିମୟତତା ଅଭିଯୋଗ କରି ଆଜି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଥିଲେ। ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହି ଅଭିଯୋଗପତ୍ରରେ ବିନା କାଗଜପତ୍ରରେ ଧାନ କିଣାହେଉଥିବା, କଟନିଛଟନି ନାଁରେ ୭ରୁ ୮କିଲୋ ଧାନ କାଟିବା, ଟୋକେନ୍ ଅବଧି ବୃଦ୍ଧି ନ କରିବା , ଟୋକନ୍ ଅବଧି ସରିଯାଉଥିଲେ ହେଁ ଧାନ କିଣାଯାଉ ନଥିବା ଅଭିଯୋଗ କରାଯାଇଥିଲା। ଏପରିକି ଟୋକେନ୍ ଅବଧି ମଧ୍ୟରେ ଧାନ କିଣାଯାଇ ନଥିବାରୁ ଶହ ଶହ ଚାଷୀଙ୍କର ଧାନ ଏହି ସମସ୍ୟା ଯୋଗୁଁ କିଣାଯାଇନି। ବିଭିନ୍ନ ମଣ୍ଡିର ଶତାଧିକ ଚାଷୀଙ୍କର ୨୦ହଜାରରୁ ଉର୍ଦ୍ଧ୍ବ କୁଇଣ୍ଟାଲ ଧାନ କିଣାଯାଇନି। ଚାଷୀଙ୍କୁ ମଣ୍ଡି ଓମିଲ ପର୍ଯ୍ୟନ୍ତ ଧାନ ନିଜେ ନେବାକୁ ପଡ଼ୁଛି। ପରିବହନ ଓ ବସ୍ତା ବାବଦରେ ବି ବ୍ୟାପକ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା।

ଏପରିକି ଚାଷୀଙ୍କୁ ସରକାରୀ ଧାର୍ଯ୍ୟଦର ୧୮୬୦ବଦଳରେ କମ୍ ଦରରେ ବିକ୍ରୀ କରିବାକୁ ବାଧ୍ୟ କରାଯାଉଛି। ଦଲାଲ, ମଧ୍ୟସ୍ଥି, ମିଲରଙ୍କୁ ଜରିଆରେ କମ୍ ଦରରେ ଧାନ ବିକି ଚାଷୀ ଅଭାବି ବିକ୍ରୀର ଶୀକାର ପାଇଁ କୃତ୍ରିମ ଉପାୟ କରାଯାଇଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଏଠାକାର ଚାଷୀ ଶାନ୍ତିପ୍ରିୟ। ତେଣୁ ସେମାନଙ୍କ ଧୈର୍ଯ୍ୟକୁ ଭାଙ୍ଗନ୍ତୁ ନାହିଁ। ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ କିଛି ପଦକ୍ଷେପ ନେଉ ନାହାନ୍ତି।

ଚାଷୀ ମାନେ ଆନ୍ଦୋଳନକୁ ଓହ୍ଲାଇଲେ ଏଥି ପାଇଁ ଜିଲ୍ଲାପ୍ରଶାସନ ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଛି। ଏହି ଘେରାଉରେ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀରାଣୀ ବାହିନୀପତି, କୋଷାଧ୍ୟକ୍ଷ ନିହାର ରଂଜନ ବିଷୋୟୀ, ଭଗବାନ ବାହିନୀପତି, ନଗର ସଭାପତି ନରି ମହାନ୍ତି, ବ୍ଲକ ସଭାପତି ବସନ୍ତ ନାୟକ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁକାନ୍ତ ପଟ୍ଟନାୟକ, ବରିଷ୍ଠ ନେତା ଗଙ୍ଗାଧର ସାହୁ, ରାମନାୟକ, ଭବାନୀ ରଥ, ଦୁର୍ଗା ଶଙ୍କର ସାହୁ, ରାମ ଚନ୍ଦ୍ର ପାଢ଼ୀ, ଗିରିଶ ପାଣିଗ୍ରାହୀ, ସତ୍ୟନାୟକ, ବିଶ୍ବଜିତ ଦଣ୍ଡସେନା, ବଳରାମ ପୁଜାରୀ, କୃଷ୍ଣ କୁଳଦୀପ, ଭବାନୀଶଙ୍କର ମିଶ୍ର, ବାବୁଲା ବେନିଆ, ଗୋକୁଳ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଏଥିରେ ଭାଗ ନେଇଥିଲେ।ମଣ୍ଡିରେ ଧାନ କିଣା ଅନିମୟତତାକୁ ବିରୋଧ କରି କଂଗ୍ରେସ ଜିଲ୍ଲାଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲା (ଫ

ସମ୍ବନ୍ଧିତ ଖବର