କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁର ସହ ଭୁବନେଶ୍ବର ଏବଂ ବିଶାଖାପାଟଣାକୁ ବିମାନ ଚଳାଚଳ ସପ୍ତାହକ ସାରା ଚାଲିଥିବାବେଳେ ଉଭୟ ପଟୁ ପ୍ରାୟ ସମୟ ଟିକେଟ୍‌ ବୁକିଂ ରହୁଛି। ମାତ୍ର କିଛି ଘଣ୍ଟା ମଧ୍ୟରେ କାର୍ଯ୍ୟ କରି ଉଭୟ ଜୟପୁର ଓ ଭୁବନେଶ୍ବରରୁ ଫେରି ହେଉଛି। ନବବର୍ଷରୁ ରବିବାରରେ ମଧ୍ୟ ବିମାନ ଚଳାଚଳ କରୁଥିବାବେଳେ ପଟାଙ୍ଗୀ ବ୍ଲକକୁ ଯୋଡି ହେବ କି ବିମାନ ସେବା। କୋଟିଆ ଗ୍ରାମ ପଞ୍ଚାୟତ ଅଧୀନରେ ନିର୍ମାଣଧୀନ ହେଲିପ୍ୟାଡ ପାଇଁ ୬ କୋଟି ୨୬ ଲକ୍ଷ ବ୍ୟାୟ ବରାଦ ହୋଇଥିବାବେଳେ କିଛିଦିନ ମଧ୍ୟରେ କୋଟିଆକୁ ବିମାନ ଯୋଗେ ଆସିବେ ସାଧାରଣ ପ୍ରଶାସନ ବିଭାଗର ଯୁଗ୍ମ ସଚିବ। ତାଙ୍କ ସହ ବିଦ୍ୟୁତ ବିଭାଗର ଯୁଗ୍ମ ସଚିବ, ଆଇଟି ଯୁଗ୍ମ ସଚିବ, ଉଦ୍ୟାନକୃଷି ବିଭାଗର ଯୁଗ୍ମ, ପୂର୍ତ୍ତ ବିଭାଗର ଯୁଗ୍ମ ସଚିବ ଆସି ସମୀକ୍ଷା କରି ସେହିଦିନ ହିଁ ଫେରିବାର ଯୋଜନା ରହିଛି। ଏନେଇ ଗତ ବର୍ଷ ନମ୍ଭେମ୍ବର ମାସ ୨୫ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। କୋଟିଆ ଗ୍ରାମ ପଞ୍ଚାୟତର ବିକାଶ ପାଇଁ ଏହିଠାରେ ଜିଲ୍ଲାପାଳଙ୍କ ସହ ବିଭିନ୍ନ ବିଭାଗ ଉପସ୍ଥିତ ଥିଲେ।

Advertisment

ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଯୋଜନା ଓ ଅର୍ଥ ସହ ଆଗାମୀ ଦିନରେ ହେବାକୁ ଥିବା ଯୋଜନା ଓ ଅର୍ଥ ଆଦି ପ୍ରସ୍ତୁତ କରି ପ୍ରଦର୍ଶନ କରାଯାଇଥିଲା। ତେବେ ସୁଲିଆମାରୀରେ ୯୯.୫୪ ଲକ୍ଷ ବିନିମୟରେ ଦୁଇଟି ୧୧ କେଭି ବିଦ୍ୟୁତ ଲାଇନ ପ୍ରତିଷ୍ଠା ହୋଇଛି। ଉନ୍ନତ ଶିକ୍ଷା ପାଇଁ ଓଏଭି, ଇଂରାଜି ମାଧ୍ୟମ ବିଦ୍ୟାଳୟ, ସ୍କୁଲ ପିଲାଙ୍କ ପାଇଁ ନାଲକୋମାଧ୍ୟମରେ ବସ ଚଳାଚଳ, ବିଦ୍ୟୁତକରଣ ପାଇଁ ୪ଟି ପର୍ଯ୍ୟାୟରେ ୧୦ କୋଟି ଟଙ୍କା ବ୍ୟୟରେ ବିଦ୍ୟୁତକରଣ, ରାସ୍ତାଘାଟ ପାଇଁ ପାଖାପାଖି ୮ କୋଟି ବ୍ୟୟବରାଦ, ୭୦୨ ଟି ବିଜୁ ପକ୍କା ଘର ପ୍ରଦାନ, ମହିଳାଙ୍କୁ ସଶକ୍ତିକରଣ ପାଇଁ ୧୧୩ଟି ଏସଏସଜି ମାଧ୍ୟମରେ ଛତୁ ଚାଷ, ନର୍ସରୀ, କୁକୁଡା ଚାଷ, ୫୪ ଲକ୍ଷ ଟଙ୍କାର ଛେଳି ଚାଷ, ଫୁଲ ଝାଡୁ ଚାଷ, ଖଲି ବନ୍ଧା, କ୍ଷୁଦ୍ର ଗ୍ରୋସରୀ ଦୋକାନ ପ୍ରତିଷ୍ଠା, ୩ କୋଟି ଟଙ୍କାର ଷ୍ଟ୍ରବେରୀ ଚାଷ ଇତ୍ୟାଦି ପ୍ରଦାନ କରାଯାଉଛି।

ଏହିଠାରେ ଗୋଟିଏ ଏଲଏସି ବିଲ୍ଡିଂ, ଦୁଇଟି ଏଲଏସି ଷ୍ଟାଫ ବିଲ୍ଡିଂ, ୬.୨୬ କୋଟି ଟଙ୍କା ବିନିମୟରେ ହେଲିପ୍ୟାଡ ନିର୍ମାଣ ଓ କାର୍ଯ୍ୟକ୍ଷମ, ପର୍ଯ୍ୟଟନର ବିକାଶ ପାଇଁ ଗାଲିଗାଦ୍ଦର ଜଳପ୍ରପାତକୁ ଉନ୍ନତିକରଣ, ଷ୍ଟ୍ରବେରୀ ଓ ଛେଳି ଚାଷକୁ ବ୍ୟାପକତା କରିବା, ନିରନ୍ତର ମୋବାଇଲ ସେବା ଯୋଗାଣ ପାଇଁ ନୂଆ ଟାୱାର ପ୍ରତିଷ୍ଠା, ଦୁଇଟି ୧୧ କେଭି ଲାଇନ ପ୍ରସ୍ତୁତ କରି ନିରନ୍ତର ବିଦ୍ୟୁତ ଯୋଗାଣ ଯୋଜନାକୁ ଗୁରୁତ୍ବ ଦିଆଯାଉଛି।