ରାଇରଙ୍ଗପୁର: ଭାରତୀୟ ଜନତା ପାର୍ଟିର ପଶ୍ଚିମ ମୟୁରଭଞ୍ଜ ସାଂଗଠନିକ ଜିଲ୍ଲାର ଉପ ସଭାପତି ଇଶାନ୍ କୁମାର ମିଶ୍ରଙ୍କୁ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଦର୍ଶାଇ ଜିଲ୍ଲା ଉପସଭାପତି ପଦବୀ ଏବଂ ପ୍ରାଥମିକ ସଦସ୍ୟ ପଦରୁ ତାଙ୍କୁ ଦଳ ନିଲମ୍ବିତ କରିଛି । ଏନେଇ ବିଜେପିର ପଶ୍ଚିମ ମୟୁରଭଞ୍ଜ ସାଂଗଠନିକ ଜିଲ୍ଲାର ସଭାପତି କୃପାସିନ୍ଧୁ ମହାନ୍ତ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ ଶ୍ରୀଯୁକ୍ତ ମିଶ୍ର ଗତ ୨୦୧୯ ମସିହାରେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେଇଥିଲେ ।

Advertisment

ସେ ୨୦୧୪ ନିର୍ବାଚନ ସମୟରେ ବିଜେଡି ଦଳରେ ରହି ବିଜେଡିର ସାଇବା ସୁଶିଲ କୁମାର ହାଁସଦାଃଙ୍କୁ ବିଜୟୀ କରି ବିଧାୟକ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗଦେଇ ବିଜେପି ପ୍ରାର୍ଥୀ ନବଚରଣ ମାଝୀଙ୍କୁ ବିଜୟୀ କରିବାରେ ମଧ୍ୟ ସାମିଲ ଥିଲେ ବୋଲି ଚର୍ଚ୍ଚା ହେଉଛି । ଏସମ୍ବନ୍ଧରେ ଇଶାନ ମିଶ୍ରଙ୍କ ସହିତ ଯୋଗାଯୋଗ କରିବାରୁ ରିପୋର୍ଟ ଲେଖା ହେବା ସୁଦ୍ଧା ସେ ଦଳରୁ ନିଲମ୍ବିତ ହୋଇଥିବା ପତ୍ର ବର୍ତ୍ତମାନ ସୁଦ୍ଧା ସେ ପାଇନାହାଁନ୍ତି । ତେବେ ସେ ଆସନ୍ତାକାଲି ବିଜେପିରୁ ଇସ୍ତଫା ଦେବା ଖବର ଶୁଣି ଦଳ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ପ୍ରକାଶ କରିଛନ୍ତି । ତେବେ ସେ ପରବର୍ତୀ ସମୟରେ କେଉଁ ଦଳରେ ମିଶିବେ ଏନେଇ ସେ ଚିନ୍ତା କରିନଥିବା କହିଛନ୍ତି ।