ଭଦ୍ରକ: ଭଦ୍ରକ ବ୍ଲକର ଗୁଜିଦରଡ଼ା ପଞ୍ଚାୟତରେ ଥିବା ମୀରାମହଲା ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟର ଏସ୍ଏମ୍ସି ସଭାପତି ଚୟନକୁ ନେଇ ବିବାଦ ଉପୁଜିଛି। ମନୋନୀତ ସଭାପତିଙ୍କୁ ଅସିଦ୍ ଘୋଷଣା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଯାହାକୁ ନେଇ ଏବେ ଗ୍ରାମବାସୀ ଆମରଣ ଅନଶନରେ ଭଦ୍ରକ ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବସିଛନ୍ତି। ଏହି ପଞ୍ଚାୟତରେ ଦୁଇଟି ବିଦ୍ୟାଳୟରେ ସମସ୍ୟା ଦେଖା ଦେଇଛି। ପ୍ରଥମତଃ ମୀରାମହଲା ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟର ଏସ୍ଏମ୍ସି କମିଟିର ସଭାପତି ଭାବେ ନୁର ମହମ୍ମଦ ଖାଁଙ୍କୁ ଗତ ଫେବୃଆରୀ ୨୫ରେ ୧୧ଜଣ ସଭ୍ୟ, ପ୍ରଧାନ ଶିକ୍ଷକ, ସରପଞ୍ଚଙ୍କ ଉପସ୍ଥିତିରେ ଚୟନ କରାଯାଇ ଘୋଷଣା କରାଗଲା। ମାତ୍ର ଏହାର କିଛି ଦିନ ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୁର ମହମ୍ମଦ ଖାଁନଙ୍କ ସଭାପତି ପଦ ଅସିଦ୍ଧ ବୋଲି ତାଙ୍କୁ ଜଣାଇ ପଦରୁ ବାହାର କରିଦେଲେ। ଏହାକୁ ନେଇ ନୁର ମହମ୍ମଦ ଖାଁନ ବିଭିନ୍ନ ପଦାଧିକାରୀଙ୍କୁ ଅବଗତ କରାଇବା ସହ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ସେତେବେଳେ ବ୍ଳକ ଶିକ୍ଷା ଅଧିକାରୀ ୪ ଦିନ ମଧ୍ୟରେ ଏହାର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ ମଧ୍ୟ ଇତି ମଧ୍ୟରେ ଦୁଇମାସ ବିତିବାକୁ ଯାଉଥିଲେ ବି ଏହାର କିଛି ସମାଧାନ କରାଯାଇ ନାହିଁ। ସେହିଭଳି ଏହି ପଞ୍ଚାୟତର ଗୁଜିଦରଡ଼ା ‘୫ଟି’ ବିଦ୍ୟାଳୟର ଏସ୍ଏମ୍ସି ଗଠନ ପାଇଁ ଡକା ଯାଇଥିବା ବୈଠକରେ କୋରମ୍ ଅଭାବରୁ ବାରମ୍ବାର ବୈଠକ ବିଫଳ ହୋଇଛି। ଏହା ଜାଣିଶୁଣି କରାଯାଉଥିବାରୁ ଏହି ବିଦ୍ୟାଳୟର କମିଟି ଗଠନ ହୋଇ ପାରୁନାହିଁ।
ଏ ନେଇ ଗୁଜିଦରଡ଼ା ପଞ୍ଚାୟତର ବହୁ ଗ୍ରାମବାସୀ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ରଙ୍କ ନେତୃତ୍ଵରେ ଜିଲ୍ଳା ଯୁବ କଂଗ୍ରେସ ଉପସଭାପତି ବଳରାମ ରାଉତ (ଚିଲିକା), ବିଧାନସଭା ଯୁବ କଂଗ୍ରେସ ସଭାପତି ଇଲିୟାସ ଅଲି ଖାଁନ, ନଗର ଯୁବ କଂଗ୍ରେସ ସଭାପତି ସୁଶାନ୍ତ କୁମାର ଦାସ, ଯୁବନେତା ରିୟାଜ୍ ଖାଁନ, ନୁର ମହମ୍ମଦ ଖାଁନଙ୍କ ସମେତ ଗ୍ରାମବାସୀ ସେକ୍ ଅବୁ ତଲ୍ହା, ସେକ୍ ମହମ୍ମଦ ଓସିମ୍, କୌଶର ଖାଁନ, ମଇଜାତୁନ ବିବି, ରୋଜିନା ବିବି, ଅଫ୍ରୋଜା ବିବି, ସନ୍ଜିଦ୍ ଖାଁନ, ଗୋଲାମ ମହମ୍ମଦ ଖାଁନ, ମୁନି ବିବି, ରାସେଦା ବିବି, ସେକ୍ ସାହିଦ୍, ସପୁରା ବିବି, ମତ୍ଲୁବ୍ ଅଲି ସାହା, ସେକ୍ ଅଫ୍ସର, ସେକ୍ ସାକୋ, ସେକ୍ ଗୁଲାମ ମୁର୍ତାଜା, ସେକ୍ ମୁବାରକ, ରକୁ୍ମୁଦ୍ଦିନ ଖାଁନ, ସେକ୍ ଗୋଲାମ ମଇନୁଦ୍ଦିନ, ସେକ୍ ମୁଜିବୁର ରହେମାନ, ସାମା ବିବି, ସାକିର ଖାଁନ, ସେକ୍ ସଦେକାର, ସେକ୍ ଜରି, ହାଲିମା ବିବି, ତାହେର ଅଲି ସାହା, ତଫିକ୍ ସାହା, ଯସ୍ମିନ ସୁଲତାନା, ଅଞ୍ଜୁମା ବିବି, ଆଲୋକ ନାୟକ, ସେକ୍ ୟୁସୁଫ୍, ଅନଓ୍ଵର ଖାଁନ, ତସାଓ୍ଵାର ଖାଁନ, ସେକ୍ ଗୁଲାମ ଆୟୁବ, ଜଗନ୍ନାଥ ଜେନା, ସୁରେନ୍ଦ୍ର ମହାଳିକ, ଏକାଦଶୀ ବେହେରା, ବାପି ବାରିକ, ସେକ୍ ରହେମାନ, ତାନ୍ଜିଦ୍ ଖାଁନ, ଅକ୍ତାର ଖାଁନ ପ୍ରମୁଖ ଅନଶନରେ ବସିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/IMG-20230829-WA0034.jpg)