ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମରେ ସଂଶୋଧନକୁ ଜଗନ୍ନାଥ ସେନାର ବିରୋଧ

ପୁରୀ : ଶ୍ରୀମନ୍ଦିରର ସ୍ଥାବର ସମ୍ପତ୍ତି ବିକ୍ରି ପାଇଁ  ରାଜ୍ୟ ସରକାର ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ୧୯୫୪ରେ କରିଥିବା ସଂଶୋଧନକୁ ବିରୋଧ କରି ଶ୍ରୀଜଗନ୍ନାଥ ସେନା । ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ସରକାରଙ୍କ ଏହି ନିଷ୍ପତ୍ତି କେବଳ ବଡ଼ବଡ଼ିଆ, ବିଲଡର, ଖଣି ଓ ଜମି ମାଫିଆଙ୍କୁ ସୁହାଇବ । ଏହାକୁ ପ୍ରତ୍ୟାହାର ନ କଲେ ଜନଆନ୍ଦୋଳନ କରାଯିବ ବୋଲି ସେନା ପକ୍ଷରୁ ଚେତାବନୀ ଦିଆଯାଇଛି ।

ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ପୂର୍ବରୁ କୌଣସି କଥା ସ୍ପଷ୍ଟ ନ କରି କେବଳ ଲୋକଙ୍କୁ ଭୁଆ ବୁଲାଇବାକୁ ସରକାର କ୍ୟାବିନେଟ୍  ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ୧୯୫୪ ଧାରା ୧୬.୨ରେ ସଂଶୋଧନ କରିଛନ୍ତି । ଏପରି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ପୂର୍ବରୁ ସରକାର ରାଜସ୍ବ, ଆଇନ,ସାଧାରଣ ପ୍ରଶାସନ ଆଦି ବିଭିନ୍ନ ବିଭାଗ ଏବଂ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିବା କଥା । କିନ୍ତୁ ଏହା ନ କରି ସିଧାସଳଖ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନେଇଗଲେ । ଏହା ଦ୍ବାରା ସରକାରଙ୍କ ବିନା ଅନୁମତିରେ ଶ୍ରୀମନ୍ଦିର ପ୍ରଶାସକ ଜମି ବିକ୍ରି, ଲିଜ ଆଦି କରିପାରିବେ । ଯେ ସରକାରଙ୍କ ଏହି ନିଷ୍ପତ୍ତି କେବଳ ବଡ଼ବଡ଼ିଆ, ବିଲଡର, ଖଣି ଓ ଜମି ମାଫିଆଙ୍କୁ ସୁହାଇବ ଓ ଦୁର୍ନୀତି ପାଇଁ ପଥ ପରିଷ୍କାର କରିବ ବୋଲି ସଂଗଠନର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।

ଅନ୍ୟପକ୍ଷରେ ସରକାର ୟୁନିଫର୍ମ ପଲିସୀ ଆଣି ପୁରୀବାସୀଙ୍କ ଦଖଲେ ଥିବା ଜମିକୁ ସେମାନଙ୍କୁ ୨୦୦୩ ପୂର୍ବ ଦରରେ ବିକ୍ରି ଓ ହସ୍ତାନ୍ତର କରାଯାଉ ବୋଲି ସେ ଦାବି କରିଛନ୍ତି ।

 

ସମ୍ବନ୍ଧିତ ଖବର