ମାଲକାନଗିରି: ମାଲକାନଗିରି ସଦର ମହକୁମାସ୍ଥିତ କୁମୁଟିଗୁଡା ବାସିନ୍ଦା ଆଇନଜୀବୀ ରାମ ପ୍ରସାଦ ପଟନାୟକଙ୍କ ଘରେ ଏକ ବିରଳ ବିଷାକ୍ତ ନାଗ ସାପ ଉଦ୍ଧାର ହୋଇଛି।ଆଜି ସକାଳେ ପରିବାର ଲୋକେ ବାହାରେ ବୁଲୁଥିବା ବେଳେ ଏହି ନାଗ ସାପକୁ ଦେଖିଥିଲେ।ଲୋକଙ୍କୁ ଦେଖିବା ପରେ ସାପଟି ଫଣା ଟେକି ସଁ ସଁ କରିଥିଲା।
ଲୋକେ ଯେତିକି ଭୟଭୀତ ହୋଇଥିଲେ ସେତିକି ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲେ।କାରଣ ନାଗ ସାପର ଫଣାରେ ଜଗନ୍ନାଥଙ୍କ ଅବିକଳ ମୁହଁ ରହିଥିବା ଦେଖିବାକୁ ମିଳିଥିଲା।
ବଡ ଠାକୁରଙ୍କ ଚକାଆଖି ଭଳି ସାପର ଫେଣାରେ ଦୁଇଟି କଳାଧଳା ମିଶା ଆଖି ଦେଖିବାକୁ ମିଳିଥିଲା।ଏଭଳି ବିରଳ ସାପ ଜିଲ୍ଲାରେ କେହି କେବେ ଦେଖି ନଥିବା କହିଥିଲେ। ଏହା ଘଟଣା ପ୍ରଚାର ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଥିଲା।
ସମସ୍ତେ ଏହି ଚକାଆଖିଥିବା ସାପକୁ ପୂଜାର୍ଚ୍ଚନା କରିବା ସହ ସ୍ବୟଂ ଜଗନ୍ନାଥ ଏଠାରେ ଉଭା ହୋଇଥିବା ଆଲୋଚନା କରିଥିଲେ।ପରେ ସାପ ଧରାଳିକୁ ଡାକି ସାପକୁ କାବୁ କରିବା ପରେ ପୂଜାର୍ଚ୍ଚନା କରାଯାଇ ପୁଣି ଜଂଗଲରେ ସୁରକ୍ଷିତ ଭାବେ ଛାଡି ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/Mkg-sapa-fena-re-jaganath-nka-munha-1.jpg)