ଆଖି ଡୋଳା ଦିନକୁ ଦିନ ବଢୁଛି, ଜଗନ୍ନାଥଙ୍କୁ ଜଗନ୍ନାଥ ହିଁ ଭରସା

ମାଲକାନଗିରି: ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ କିଆଙ୍ଗ ପଞ୍ଚାୟତର କଶିଗୁଡାରେ ବାସ କରନ୍ତି ଜଗନ୍ନାଥ ପୂଜାରୀ। ଜଗନ୍ନାଥଙ୍କୁ ବୟସ ପାଖାପାଖି ୬୦ ଛୁଇଁବଣି। ଦୀର୍ଘଦିନ ହେଲା ଜଗନ୍ନାଥ ଏକ ଅଜଣା ରୋଗର ଶିକାର ହୋଇଛନ୍ତି। ତାଙ୍କର ବାମ ପଟ ଆଖି ଡୋଳା ଦିନକୁ ଦିନ ବଢିବାରେ ଲାଗିଛି। ଜଗନ୍ନାଥ ଜଣେ ଗରିବ କ୍ଷୁଦ୍ର ଚାଷୀ ହୋଇଥିବା ବେଳେ ଆଖିର ଅସ୍ତ୍ରପ୍ରଚାର କରାଇବା ତାଙ୍କ ପାଇଁ ସମ୍ଭବପର ନୁହେଁ। ଗୋଟିଏ ଆଖିରେ ହିଁ ଜଗନ୍ନାଥ ଦେଖି ପାରୁଛନ୍ତି। ବାମ ଆଖିଟି ସମ୍ପୂର୍ଣ୍ଣ ଭାବେ ଖରାପ ହୋଇଯାଇଛି। ତେବେ ମାଲକାନଗିରି ଡାକ୍ତରଖାନାରେ ସେ ଚିକିତ୍ସିତ କରାଇଥିଲେ ମଧ୍ୟ ବଡ ଡାକ୍ତର ଖାନାକୁ ଯାଇ ଅସ୍ତ୍ରପ୍ରଚାର କରାଇବା ପାଇଁ ଡାକ୍ତର ପରାମର୍ଶ ଦେଉଛନ୍ତି। ତେବେ ସେ କିପରି ବାହାରକୁ ଯିବ ସେନେଇ ଚିନ୍ତାରେ ପଡିଛି। ଗୋଟିଏ ପଟେ ପରିବାର ଚିନ୍ତା ଅନ୍ୟ ପଟେ ନିଜର ସ୍ବାସ୍ଥ୍ୟ ଚିନ୍ତାରେର ଘାରି ହେଉଛି ଜଗନ୍ନାଥ।

ତେବେ ତାଙ୍କୁ ମାଥିଲି ବ୍ଲକର ନୂତନ ଭାବେ ଅଧ୍ୟକ୍ଷ ପଦର ଦାୟିତ୍ବ ନେଇଥିବା ମହେଶ ବାକା ସାକ୍ଷାତ କରି ତାଙ୍କର ଚିକିତ୍ସା କରାଇବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ଜଗନ୍ନାଥଙ୍କୁ ଜଗନ୍ନାଥ ହିଁ ଭରସା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ଆଖିର ଅସ୍ତ୍ରପ୍ରଚାର ପାଇଁ ଏତେ ଟଙ୍କା କେଉଁଠୁ ଯୋଗାଡ କରିବେ ସେନେଇ ପରିବାର ଲୋକେ ମଧ୍ୟ ଚିନ୍ତାରେ ପଡିଛନ୍ତି। କୌଣସି ବଦାନ୍ୟ ବ୍ୟକ୍ତି କିମ୍ବା ପ୍ରଶାସନ ତରଫରୁ ଜଗନ୍ନାଥଙ୍କୁ ସହଯୋଗର ହାତ ବଢାଯାଏ ତେବେ ତାଙ୍କର ଚିକିତ୍ସା ହୋଇପାରନ୍ତା ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର